ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଟାର୍ଗେଟ । ରାସନ କାର୍ଡ ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ। ୫୦ ଲକ୍ଷ ଭୂତ ରାସନ କାର୍ଡ ଧରିଛୁ ବୋଲି ବିଧାନସଭାରେ ସରକାର କହିଥିଲେ । କୁଆଡେ ଗଲେ ଭୂତ ରାସନକାର୍ଡ । ଖାଲି ମିଛ କହୁଛନ୍ତି ସରକାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଡିଜେ ସାଉଣ୍ଡ ଲଗାଇ କହିଲେ କି ୫୦ ଲକ୍ଷ ଭୂତ ରାସନ୍ କାର୍ଡ ଅଛି। ହେଲେ ଏବେ ଯାଏଁ ଭୂତ କି ଡାହାଣୀ ବାହାରିଲେ ନାହିଁ । ଆଜି ପାଞ୍ଚ ଲକ୍ଷ ହିତାଧିକାରୀଙ୍କୁ କାର୍ଡ ଦେବାକୁ ବାହାରିଛନ୍ତି। ଆହୁରି ଚାରି ଲକ୍ଷ ରହିଯାଉଛନ୍ତି। ୫୦ଲକ୍ଷ ଭୂତ ରାସନ୍ କାର୍ଡ କଥା କହୁଛନ୍ତି । କଣ ପାଇଁ ଧରୁନାହାନ୍ତି। ଯିଏ ବାହାରେ ରହୁଛନ୍ତି , ସେମାନେ ekyc କରି ପାରିନାହାନ୍ତି। ସେମାନଙ୍କୁ କହିଛନ୍ତି କି ? ବିନା ତଥ୍ୟରେ ଖାଲି କଥା କହୁଛନ୍ତି। ଯଦି ଦେଲେ ୯ ଲକ୍ଷ ଆବେଦନକାରୀଙ୍କୁ ବି ଦିଅନ୍ତୁ। ବ୍ୟବସ୍ଥାପିତ ନକରି କଥା କହୁଛନ୍ତି।
Comments ସମସ୍ତ ମତାମତ