ମୁଖ୍ୟ ଖବର
ଭୁବନେଶ୍ୱର : ୧୯୯୪ ମସିହାରେ ତତ୍କାଳୀନ ସରକାର ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତରାଜ୍ ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ମହିଳାଙ୍କ ପାଇଁ ଯେହେତୁ ସମ୍ମାନ ଦେଇ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ବିଜୁ ବାବୁ। ବିଜୁ ବାବୁଙ୍କ ସରକାର ଗଲା ପରେ ବି ଅନ୍ୟ ସରକାର ଆସିଥିଲେ ସେମାନେ ବି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତରାଜ ଦିବସ ପାଳି ଆସୁଥିଲେ । ଏମିତି କି ବିଜେପି ଓ ବିଜେଡ଼ି ମେଣ୍ଟ ସରକାରରେ ଥିବା ବେଳେ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି । କିନ୍ତୁ କାହିଁକି ସେତେବେଳେ ସେମାନେ ମୁଁହ ଖୋଲିଲେ ନାହିଁ। ମେଣ୍ଟ ଭାଙ୍ଗିବା ପରେ ବି ବିରୋଧୀ ଆସନରେ ବସିଲେ କିନ୍ତୁ କେବେ ଜାତୀୟ ସ୍ତରରେ ପାଳନ ହେଉଥିବା ସମୟରେ ଓଡ଼ିଶାରେ ପାଳନ କରିବା ପାଇଁ କାହିଁକି ସ୍ୱର ଉଠାଇଲେ ନାହିଁ।
ଆକସ୍ମିକ ବିଜେପି ସରକାରର ଏବେ ଜାତୀୟ ପ୍ରୀତି ଜାଗି ଉଠିଛି । ମନମୋହନ ସିଂ ସରକାରର ନିଷ୍ପତ୍ତିକୁ ଏବେ ଗ୍ରହଣ କରିଛନ୍ତି ବିଜେପି ସରକାର । ବନ୍ଦ କରିବା ନିଷ୍ପତ୍ତି କ୍ୟାବିନେଟରେ ନେବାର ଥିଲା କିନ୍ତୁ ଏକ ନୋଟିସ କରି କରିଦେବାରେ ମାନେ କଣ ? କ୍ୟାବିନେଟ ନିଷ୍ପତ୍ତି କ୍ୟାବିନେଟରେ ପରିବର୍ତ୍ତନ ହେବାର ଆବଶ୍ୟକ ରହିଛି।
୯୦ପ୍ରତିଶତ ବିଜୁ ଜନତା ଦଳ ପଞ୍ଚାୟତ ପ୍ରତିନିଧି ରହିଛନ୍ତି ଆମେ ଚାହିଁ ଥିଲେ ଆଜିର ଦିନକୁ ବର୍ଜନ କରିଥାଆନ୍ତୁ କିନ୍ତୁ ଆମେ ସକାରାତ୍ମକ ଭାବେ ବିରୋଧ କରିବୁ। ମହାପୁରୁଷ ମାନଙ୍କ ନା ହଟାଇବା କଣ ଜାତୀୟତା ବାଦ କି ? ଯାହାଙ୍କର ଓଡ଼ିଶା ପ୍ରତି ଏତେ ଅବଦାନ ଥିଲା ତାଙ୍କୁ ସମ୍ମାନ ଦେବାରେ ବିଫଳ ବିଜେପି ସରକାର। ଉଚିତ୍ ସମୟ ଉଚିତ୍ ଜବାବ ଦେବେ ଜନତା।
Comments ସମସ୍ତ ମତାମତ