ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡିର ଦଳୀୟ ବିବାଦ ଭିତରେ ମୁହଁ ଖୋଲିଲେ ଦଳର ସିନିୟର ନେତା । ଭେଟେରାନ୍ ନେତା ଅରୁଣ ସାହୁ କହିଲେ, ଦଳ ଭିତରେ ସଂସ୍କାର ଓ ବିଜେପି ବିରୋଧରେ ରଣହୁଙ୍କାର ଦେବା ସମୟ ଆସିଛି । ରାସ୍ତାରେ ଯିବାବେଳେ ଛୋଟ ଛୋଟ ଭୁଲ୍ ହୁଏ, କିନ୍ତୁ ତାକୁ ସୁଧାରିବାର ଆବଶ୍ୟକତା ରହିଛି । ନବୀନ ଆମର ଏକମାତ୍ର ନେତା । ତାଙ୍କ ନେତୃତ୍ବରେ ଦଳ ଚାଲିଛି, ଏଥିରେ କୌଣସି ଦ୍ବିମତ ନାହିଁ ।
ଅର୍ଥାତ୍ ଅରୁଣ ସାହୁ ପରୋକ୍ଷରେ, ଦଳ ଭିତରେ ସଂସ୍କାର ନଥିବା କଥା ସଙ୍କେତ ଦେଇଛନ୍ତି । ଆଉ ବିଜେଡିର ଆଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଚିହ୍ନ ଛିଡ଼ା କରିଛନ୍ତି । ୱାକଫ୍ ବିଲରେ ଯେତେବେଳେ ବିଜେଡିର ସାଂସଦ ସମର୍ଥନ ଦେଇଛନ୍ତି, ସେତେବେଳେ ଅରୁଣ ସାହୁ ବିଜେପି ବିରୋଧରେ ରଣହୁଙ୍କାର ଦେବା କଥା କହୁଛନ୍ତି ।
Comments ସମସ୍ତ ମତାମତ