Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    "ସ୍ପଷ୍ଟ ଭାବରେ କୁହନ୍ତୁ ବାହ୍ୟ ଶକ୍ତି କିଏ ?"

    Share on :
    ajab-Image
    Date: Apr 10, 2025    Views: 9175

    ଭୁବନେଶ୍ବର: ୱାକଫ ବିଲକୁ ନେଇ ଦୁଇ ଫାଳ ବିଜେଡି । ପରସ୍ପର ବିରୋଧରେ ନେତା ଆରୋପ ପ୍ରତ୍ୟାରୋପ ସୀମା ଟପିଲାଣି । ଦଳ ଭିତରେ ଥିବା ଚାପା ଅସନ୍ତୋଷ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଘନ ଘନ ଚାଲିଛି ନେତାଙ୍କ ବୈଠକ ।  ଗୋଟିଏ ଦିନରେ ଦଳର ବସିଲା ଦୁଇଟି ବୈଠକ । 

     ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ଘରେ ଏକାଠି ହୋଇଥିଲେ କିଛି ବରିଷ୍ଠ ବିଜେଡି ନେତା । ବୈଠକରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମାଙ୍କ ଭଳି ନେତା ଏକାଠି ହୋଇଥିଲେ । ବୈଠକ ପରେ ବିଧାୟକ ଅରୁଣ ସାହୁ କହିଛନ୍ତି, "ସଂଗଠନ ନିର୍ବାଚନ ନେଇ ବୈଠକ ହୋଇଥିଲା । ସବୁ ବୈଠକର ନିଷ୍ପତ୍ତି ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଉଛି । ବହୁ କଥାକୁ ବିଚାର ବିମର୍ଷ କରି ପଦକ୍ଷେପ ନିଆଯାଉଛି । ଯିଏ ଯାହା କହୁଛନ୍ତି ସ୍ପଷ୍ଟ ଭାବରେ କୁହନ୍ତୁ ବାହ୍ୟ ଶକ୍ତି କିଏ ? ଭିତର ଶକ୍ତି କିଏ ବୁଲେଇ ବାଙ୍କେଇ କୁହନ୍ତୁ ନାହିଁ । ଦଳର ଜଣିଏ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ । ଯିଏ ଯେଉଁଠି ବସୁଛନ୍ତି, ସମସ୍ତଙ୍କର ଜଣେ ନେତା ହେଉଛନ୍ତି ନବୀନ । ସବୁ କଥାର ଅନ୍ତ ଘଟିବ । ଓଡିଶା ବାସୀ ସବୁ ଜାଣିବେ । ବିଜେଡି ଆହୁରି ଶକ୍ତିଶାଳୀ ହେବ । ମୁଁ ଇସାରା ଦେଉଛି । ବିଜେଡି ମହା ସମୁଦ୍ର । ସବୁ ନଦୀ ସେଇଠି ପଡିବେ ।"

    Maximum 500 characters

    ରାଜନୀତି View all

    Find Us on Facebook