ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି କଳିକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏହା ଭିତରେ ଆଜି ବିଜେଡିର ବହୁ ନେତା ପୃଥକ ପୃଥକ ସ୍ଥାନରେ ବୈଠକ କରିଛନ୍ତି । ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ମଧ୍ୟ ବୈଠକ ବସିଛି । ବୈଠକରେ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ଥିବା ବିଧାୟକ ଅରୁଣ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ଆମେ ଦଳୀୟ ସଂଗଠନ ନିର୍ବାଚନ ନେଇ ଏକାଠି ହୋଇଥିଲୁ । ଗଣମାଧ୍ୟମ ପ୍ରତିନିଧି ଯାହା ପଚାରୁଛନ୍ତି ସେ ସମ୍ପର୍କରେ ନବୀନ ବାବୁ ଅଧ୍ୟୟନ କରୁଛନ୍ତି ବୋଲି କହିସାରିଛନ୍ତି । ଦଳର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ବୋଲି ଅରୁଣ ସାହୁ କହିଛନ୍ତି ।
Comments ସମସ୍ତ ମତାମତ