Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆର୍ଟେମିସ୍-୨ ମହାକାଶଚାରୀଙ୍କ ନାଁ ଘୋଷଣା

    Share on :
    ajab-Image
    Date: Mar 13, 2023    Views: 5269

    ନାସା : ଆସନ୍ତା ଏପ୍ରିଲ ୩ ତାରିଖରେ ଆର୍ଟେମିସ -୨ ମିଶନରେ ଚନ୍ଦ୍ରକୁ ଯାଉଥିବା ୪ ମହାକାଶଚାରୀଙ୍କ ନାମ ଘୋଷଣା କରିବ ନାସା । ଏହା ପ୍ରଥମ ମାନବ ମିଶନ ଯାହା ଜରିଆରେ ଚନ୍ଦ୍ରରେ ଦୀର୍ଘକାଳୀନ ମାନବ ଓ ବୈଜ୍ଞାନିକଙ୍କ ଉପସ୍ଥିତି କରାଇବା ଏହାର ଲକ୍ଷ୍ୟ । ଏହି ମିଶନରେ ସାମିଲ ମହାକାଶଚାରୀ ୨.୨ ନିୟୁତ କିମି ଯାତ୍ରା କରିବେ । ଏଥିରେ ୩ଜଣ ନାସା ମହାକାଶଚାରୀ ଏବଂ କାନାଡ଼ିଆନ ସ୍ପେସ ଏଜେନ୍ସି ର ଜଣେ ମହାକାଶଚାରୀ ରହିବେ ।

    ସ୍ପେସ ଲଂଚ୍ ସିଷ୍ଟମ ରକେଟ୍ , ଓରିଅନ ମହାକାଶଯାନ ଏବଂ ଗ୍ରାଉଣ୍ଡ ସିଷ୍ଟମରେ ଥିବା ନାସାର ମୂଳ ମାନବ ଗଭୀର ମହାକାଶ ଦକ୍ଷତା ମଧ୍ୟରେ ସାମିଲ ପ୍ରଥମ ମାନବ ମିଶନ ହେଉଛି ଆର୍ଟେମିସ -୨ । ହାରାହାରି ୧୦ ଦିନର ଏହି ମିଶନ ମହାକାଶଯାନର ଜୀବନ ରକ୍ଷାକାରୀ ସିଷ୍ଟମର ଦକ୍ଷତା ପ୍ରମାଣ ଲାଗି ଏବଂ ଗଭୀର ମହାକାଶରେ ବଂଚିବା ଓ କାମ କରିବା ପାଇଁ ଆବଶ୍ୟକ କୈାଶଳ ଉପରେ ପରିକ୍ଷା କରିବ ।

    ଆପୋଲୋ ମିଶନ ପରେ ଚନ୍ଦ୍ର ଯାତ୍ରା କରୁଥିବା ଏହି ପ୍ରଥମ ମାନବ ମିଶନ ଚନ୍ଦ୍ର ପୃଷ୍ଠରେ ପ୍ରଥମ ମହିଳାଙ୍କ ଅବତରଣର ମାର୍ଗ ପ୍ରଶସ୍ତ କରିବ । ୨୦୨୪ ରେ ଏହି ମିଶନ ଲଂଚ୍ ହେବ। ମହାକାଶଚାରୀ ସଫଳତାର ସହ ଚନ୍ଦ୍ର କକ୍ଷରେ ପରିକ୍ରମା କରି ଭୂପୃଷ୍ଠକୁ ଫେରିଲେ ଆର୍ଟେମିସ -୩ ପାଇଁ ପଥ ଖୋଲିବ । ଆର୍ଟେମିସ -୩ ରେ ମାନବ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିବ ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook