Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା’

    Share on :
    ajab-Image
    Date: Sep 18, 2025    Views: 2507

    ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯିବ । ଏହି ଅବସରରେ ସ୍ୱଚ୍ଛତା ଅଭିଯାନ, ମାଙ୍କ ପାଇଁ ଗଛଟିଏ - ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ପ୍ରଧାନମ୍ତ୍ରୀ ଜୀବନ ଉପରେ ଆଧାରିତ ପ୍ରଦର୍ଶନୀ, ଦିବ୍ୟାଙ୍ଗଜନ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ, ଭୋକାଲ ଫର ଲୋକାଲ, ସାଂସଦ କ୍ରୀଡା ପ୍ରତିଯୋଗିତା, ମୋଦି ବିକାଶ ମାରାଥନ ସହିତ ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ରସୁଲଗଡସ୍ଥିତ ବୀଣାପାଣି ଶିକ୍ଷା ନିକେତନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ “ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା” ଆୟୋଜନ କରାଯାଇଥିଲା । ପ୍ରତିଯୋଗୀମାନେ ବିକଶିତ ଭାରତ, ଆତ୍ମନିର୍ଭର ଭାରତ ଏବଂ ଡିଜିଟାଲ ଇଣ୍ଡିଆ ଭଳି ବିଷୟ ଉପରେ ଚିତ୍ର ଆଙ୍କିଥିଲେ । ଏହି ପ୍ରତିଯୋଗିତାରେ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ । ଆସନ୍ତାକାଲିଠାରୁ ଜିଲ୍ଲାରୁ ଆରମ୍ଭ କରି ମଣ୍ଡଳ ପର୍ଯ୍ୟନ୍ତ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ପିଙ୍କି ପ୍ରଧାନ କହିଛନ୍ତି ।
    ଏହି ଅବସରରେ ଉପଦେଷ୍ଟା ହରିହର ମହାପାତ୍ର, ସହସଂଯୋଜକ କୃତିବାସ ମହାପାତ୍ର ଓ ସଂଜୀବ ମିଶ୍ର, ପ୍ରଶାନ୍ତ ନାୟକ, ବାସୁଦେବ ମାଳବିଶେଇ ପ୍ରମୁଖ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜିବନୀ ବିଷୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook