Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତେଲଙ୍ଗାନା ବିଧାନସଭାରେ କାନ୍ଦି ପକାଇଲେ ବାଚସ୍ପତି ; ମା’ଙ୍କୁ ଅପଶବ୍ଦ କହି ବିଧାୟକ ଗିରଫ

    Share on :
    ajab-Image
    Date: Sep 9, 2026    Views: 2884

    ହାଇଦରାବାଦ: ତେଲଙ୍ଗାନା ବିଧାନସଭାରେ ମଙ୍ଗଳବାର ହାଇଡ୍ରାମା ଦେଖିବାକୁ ମିଳିଛି। ବିରୋଧୀ ବିଆରଏସ ଓ ଶାସକ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଲାଗିଛି। ବାଚସ୍ପତି ଗଦମ ପ୍ରସାଦ ଗୃହରେ କାନ୍ଦି ପକାଇଥିବାବେଳେ ମୁଖମନ୍ତ୍ରୀ ରେଭନ୍ତ ରେଡ୍ଡୀ ବିଆରଏସକୁ ଘେରିଛନ୍ତି। ସୂଚନା ଅନୁଯାୟୀ, ବାଚସ୍ପତିଙ୍କ ମାଆଙ୍କୁ ନେଇ ବିଆରଏସର ବିଧାନ ପରିଷଦ ସଦସ୍ୟ (ଏମଏଲସି) ଟାଟା ମଧୁ ଖରାପ ଭାଷା କହିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ସୀତାକ୍କା ଆଜି ମନ୍ତବ୍ୟ ଦେଇ ଟାଟା ମଧୁଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ଏହି ସମୟରେ ବାଚସ୍ପତି କାନ୍ଦି ପକାଇ ଥିଲେ। ସେ କହିଥିଲେ ଯେ ବିଆରଏସ ଏମଏଲସିଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁଃଖଦାୟକ। ଗତ ୫ ବର୍ଷ ହେଲା ସୀତାକ୍କା ମୋତେ ରାଖି ବାନ୍ଧୁଛନ୍ତି। ବିଧାନସଭାରେ ସୀତାକ୍କା କାନ୍ଦୁଥିବାବେଳେ ମୋତେ ବହୁତ ଦୁଃଖ ଲାଗିଥିଲା ଓ ଅଜାଣତରେ ମୋ ଆଖିରୁ
    ଲୁହ ଆସି ଯାଇଥିଲା। ମଧୁଙ୍କ ଟିପ୍ପଣୀକୁ ନେଇ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରି ତାହାକୁ ବିିଧାନ ପରିଷଦକୁ ପଠାଯିବ ବୋଲି ବାଚସ୍ପତି କହିଛନ୍ତି। ସେ ପଟେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ ମଧୁଙ୍କ ମନ୍ତବ୍ୟ ରାଜ୍ୟର ଚାରି କୋଟି ଲୋକଙ୍କ ପାଇଁ ଅପମାନ। କୌଣସି ସମାଜ ଏହାକୁ କ୍ଷମା କରିବ ନାହିଁ। ମଧ୍ୟକାଳ ହେଉ ଅବା ରାଜାଙ୍କ ଶାସନ କିମ୍ବା ଗଣତନ୍ତ୍ର ସବୁଠି ଏହା ଗମ୍ଭୀର ଅପରାଧ। ସେ ପଟେ ବିବାଦ ମଧ୍ୟରେ ବିଆରଏସ ଏମଲଏସି ମଧୁଙ୍କୁ ପୁଲିସ ଗିରଫ କରିଛି। ତେବେ ସେ ଏପରି କୌଣସି ଟିପ୍ପଣୀ ଦେଇ ନ ଥିବା କହିଛନ୍ତି। ଏହାକୁ ନେଇ ବିିଧାନସଭା ବାହାରେ ବିଆରଏସ ବିକ୍ଷୋଭ ପ୍ରଦର୍ଶନ କରିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook