Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତୀର ମାଡରେ ୫ ମୃତ, ୨ ଗୁରୁତର

    Share on :
    ajab-Image
    Date: Oct 14, 2021    Views: 3970

    ଓସଲୋ: ନରେୱେର ତୀରମାଡ । ଦକ୍ଷିଣ-ପୂର୍ବ ନରେୱେରେ ବୁଧବାର ଜଣେ ଦୁର୍ବୃତ୍ତ ଧନୁ ତୀର ଦ୍ବାରା ଲୋକଙ୍କ ଉପରେ ଆକ୍ରମଣ କରିଛି । ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।

    କୋଙ୍ଗସବର୍ଗ ସହରର ବିଭିନ୍ନ ସ୍ଥାନରେ ଏହି ଆକ୍ରମଣ ଘଟିଛି । ତେବେ ଆକ୍ରମଣର କାରଣ ଜଣାପଡି ନଥିବାବେଳେ ଏହା ପଛରେ ଆତଙ୍କୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଜଣେ ପୋଲିସ ଅଧିକାରୀ ନିଶ୍ଚିତ କରୁଛନ୍ତି ଯେ, ତୀର ମାଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ଅଫ୍ ଡ୍ୟୁଟ ପୋଲିସ ଅଫିସର ମଧ୍ୟ ଅଛନ୍ତି । ଯିଏ କି ଏକ ଦୋକାନରେ ଥିବା ସମୟରେ ଦୁର୍ବୃତ୍ତ ଜଣଙ୍କ ତୀର ମାଡ କରିଥିଲା । ବର୍ତ୍ତମାନ ଗିରଫ ସନ୍ଦିଗ୍ଧକୁ ପଚରାଉଚରା କରାଯାଉଛି । ସେହି ଜଣେ ହିଁ ବ୍ୟକ୍ତି ତୀରମାଡ କରିଥିବା କୁହାଯାଉଛି ।ଅଭିଯୁକ୍ତ ଜଣକ କୋଙ୍ଗସବର୍ଗରେ ରହୁଥିବା ୩୭ ବର୍ଷୀୟ ଡାନିସ୍ ବୋଲି ଚିହ୍ନଟ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook