Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୁତ୍ରିମ ଭିଡ଼ କରି ଚୋରି ଉଦ୍ୟମ:, 5 ଗିରଫ

    Share on :
    ajab-Image
    Date: Oct 22, 2026    Views: 2458

    ଭୁବନେଶ୍ୱର: ମେଲାଣି ନେଉଛନ୍ତି ମା' । ଶେଷ ହେଲା ମା'ଙ୍କ ପବିତ୍ର ନବରାତ୍ରି ଓ ଦଶହରା ଉତ୍ସବ । ଭଷାଣି ଉତ୍ସବରେ ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା' । ଭିଡ଼ ଯେତେ ଜମୁଛି, ଚୋରି ଓ ଲୁଟ୍‌ର ଭୟ ସୁରକ୍ଷା ବ୍ୟବସ୍ଥାକୁ ସେତେ ଚ୍ଯାଲେଞ୍ଜ କରିଚାଲିଛି । ଏହିପରି ଏକ ଘଟଣା ନୟାପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କରୁଥିବା ବେଳେ କିଛି ବ୍ୟକ୍ତି ଆସି ଭକ୍ତଙ୍କୁ ଘେରି କୁତ୍ରିମ ଭିଡ଼ ତିଆରି କରୁଛନ୍ତି । ବ୍ୟକ୍ତି ଭିଡ଼ ଭିତରେ ଅନ୍ୟମନସ୍କ ହେବାର ସୁଯୋଗ ନେଇ ଳୁଟ୍‌ପାଟ୍ କରୁଛନ୍ତି । ଏପରି ଅଭିଯୋଗ ହେବା ପରେ ନୟାପଲ୍ଲୀ ଥାନା ପୋଲିସ ଆକ୍ସନ ମୋଡରେ ଆସି ଏହା ପଛରେ ଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି ।ଏହି ଗ୍ୟାଙ୍ଗରେ ୪ ଜଣ ବଙ୍ଗୀୟ ମହିଳା ଓ ଜଣେ ଓଡ଼ିଆ ଯୁବକ ରହିଛନ୍ତି । ଅଭିଯୁକ୍ତମାନେ ହେଲେ ଶାରଦା ଦାସ ଓରଫ ରେଖା, ବବ୍ଲି ରାଓ, ଲକି ସିଂ, ସଞ୍ଜନା ରାଏ ଓ କେନ୍ଦ୍ରାପଡାର ଜିତେନ୍ଦ୍ର ମାଝୀ (୩୦) । ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୫ଟି ଚୋରା ମୋବାଇଲ ଜବତ କରାଯାଇଛି । ବୁଧବାର କୋର୍ଟଚାଲାଣ ପରେ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏହି ଗ୍ୟାଙ୍ଗରେ ଆଉ କିଛି ସଦସ୍ୟ ଥିବା ସନ୍ଦେହରେ ପୋଲିସ ଅଧିକ ଛାନଭିନ ଜାରି ରଖିଛି ।ପୋଲିସ ସୂଚନା ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ, ସୋମବାର ସଂନ୍ଧ୍ୟା ପ୍ରାୟ ୬ଟା ବେଳେ ଅଭିଯୋଗକାରୀ ହେମନ୍ତ ପୂଜାରୀ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପକୁ ଯାଇଥିଲେ । ସେ ମା'ଙ୍କ ଦର୍ଶନ କରୁଥିବା ବେଳେ କିଛି ହିନ୍ଦୀଭାଷୀ ମହିଳା ତାଙ୍କୁ ଘେରିଯାଇ ଜାଣିଶୁଣି ଧସ୍ତାଧସ୍ତି ଓ କୃତ୍ରିମ ଭିଡ଼ ସୃଷ୍ଟି କରିଥିଲେ । ସେହି ଭିଡ଼ ଭିତରେ କେହି ଜଣେ ତାଙ୍କ ପକେଟରୁ ମୋବାଇଲ୍ ଫୋନ୍‌ ଚୋରି କରିନେଇଥିଲା । ଏନେଇ ସେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା (ନଂ.୮୫୭/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
    ମଙ୍ଗଳବାର ପୋଲିସ ଟିମ୍ ଖବର ପାଇଥିଲା ଯେ, ପୁଣିଥରେ ସେହି ପୂଜା ମଣ୍ଡପ ନିକଟରେ ଜଣେ ପୁରୁଷ ଏବଂ ୪ ଜଣ ହିନ୍ଦୀଭାଷୀ ମହିଳା ମିଶି କୃତ୍ରିମ ଭିଡ଼ ସୃଷ୍ଟି କରି ଚୋରି କରୁଛନ୍ତି । ଖବର ପାଇ ପୋଲିସ ଟିମ୍ ସାଦା ପୋଷାକରେ ସେଠାରେ ଚଢ଼ାଉ କରିଥିଲା ।ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏହି ୫ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ମହିଳା ଶାରଦା ଦାସ ଓରଫ ରେଖା ହାତରେ ଧରିଥିବା ଏକ ଧଳା ଜରି ବ୍ୟାଗ୍ ଭିତରୁ ୫ଟି ମୋବାଇଲ୍ ଫୋନ୍ ବାହାରିଥିଲା । ସେମାନେ ଏହି ମୋବାଇଲ୍‌ର କୌଣସି ବିଲ୍ ଦେଖାଇପାରିନଥିଲେ କିମ୍ବା ଫୋନର ଲକ୍ ଖୋଲିପାରିନଥିଲେ । ପଚରାଉଚରା ବେଳେ ସେମାନେ ପୂଜା ମଣ୍ଡପ ଭିଡ଼ରୁ ଲୋକଙ୍କ ଠାରୁ ଏସବୁ ମୋବାଇଲ୍ ଚୋରି କରିଥିବା ସ୍ୱୀକାର କରିଥିଲେ । ସେମାନେ ଜଗତପୁର ଏବଂ ଖାରବେଳନଗରର ଏକ ଗେଷ୍ଟ ହାଉସରେ ରହି ଏଭଳି ଚୋରି ନେଟୱର୍କ ଚଳାଉଥିଲେ । ତେବେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook