Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମା’କୁ ମାରି ପ୍ଲାଷ୍ଟର କରିଦେବା ମାମଲା, ଅଭିଯୁକ୍ତ ପୁଅ ଗିରଫ

    Share on :
    ajab-Image
    Date: Oct 21, 2026    Views: 3545

    ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ବହୁଚର୍ଚ୍ଚିତ ମା’କୁ ମାରି ପୁଅ ପ୍ଲାଷ୍ଟର କରିଦେବା ମାମଲ। ଦୀର୍ଘ ୫୭ ଦିନ ପରେ ଅଭିଯୁକ୍ତ ମଦନ ଦଳେଇକୁ ଗିରଫ କଲା ପୁରୀ ପୁଲିସ। ଝାଡ଼ଖଣ୍ଡ ଟାଟାରୁ ମଦନକୁ ଉଠାଇ ଆଣିଛି ପୁଲିସ। ଅଭିଯୁକ୍ତକୁ ଧରିବା ପାଇଁ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍।ଗତ ଅଗଷ୍ଟ ୨୪ ତାରିଖରେ ମାକୁ ହତ୍ୟା କରି ପ୍ଲାଷ୍ଟର କରି ଦେଇଥିଲା ଅଭିଯୁକ୍ତ ପୁଅ। ମୃତ ମହିଳା ଗଜପତି କାଶିନଗର ଥାନା ଅନ୍ତର୍ଗତ ଖରଡା ଗ୍ରାମର ଅନ୍ନପୂର୍ଣ୍ଣା ଦଳେଇ। ପୁରୀ କୁମ୍ଭାରପଡ଼ାଠାରେ ଉଭୟ ମା'-ପୁଅ ଭଡାଘର ନେଇ ରହୁଥିଲେ। ମା'କୁ ହତ୍ୟା କରିବା ପରେ ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରି ପୁଅ ଫେରାର ହୋଇଥିଲା। ଅଭିଯୁକ୍ତ ପୁଅ ମଦନକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ପୁଲିସକୁ ଚକମା ଦେଇ ମଦନ ବିଭିନ୍ନ ସମୟରେ ଖସି ଯାଉଥିଲା। ଅଭିଯୁକ୍ତକୁ ପୁଲିସ କେଉଁଠୁ ଗିରଫ କରିଛି ଏବଂ ମା'କୁ ହତ୍ୟା କରିବାର କ'ଣ ଥିଲା? ଏନେଇ ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ।

    ସୂଚନାଯୋଗ୍ୟ, ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ଭାଗିରଥି ସାହୁଙ୍କ ଭଡ଼ାଘରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ଲୋକେ କହିଥିଲେ । ଭାଗିରଥି ଭଡ଼ାଘର ଯାଞ୍ଚ କରିବାରୁ ରୋଷେଇ ଘର ସ୍ଲାବ ତଳୁ ରକ୍ତମିଶା ପାଣି ବାହାରୁଥିବା ଦେଖି କୁମ୍ଭାରପଡ଼ା ଥାନା ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିମେଣ୍ଟ ପ୍ଲାଷ୍ଟର ଭାଙ୍ଗିବା ପରେ ଭିତରୁ ମଦନର ମା’ ଅନ୍ନପୂର୍ଣ୍ଣାଙ୍କ ମୃତଦେହ ଜବତ କରିଥିଲା । ଏନେଇ ଘର ମାଲିକଙ୍କ ଅଭିଯୋଗ କ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା ।  ପ୍ରାଥମିକ ତଦନ୍ତରୁ ମା’କୁ ମାରି ମଦନ ପ୍ଲାଷ୍ଟର କରିଦେଇଥିବା ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ମଦନକୁ ପୁଲିସ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡ ପ୍ରକୃତ କାରଣ ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ପୁଲିସ ମଦନକୁ ରିମାଣ୍ଡ ଆଣିବ ବୋଲି ସୂଚନା ମିଳିଛି। 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook