Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜୁଆ ଆଡ୍ଡାରେ ରେଡ୍, ୭୦ ଗିରଫ

    Share on :
    ajab-Image
    Date: Oct 12, 2026    Views: 3592

    ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁରେ ଚାଲିଥିଲା ଏକ ବଡ଼ଧରଣର ଜୁଆ ଆଡ୍ଡା । କେବଳ ପାରଳା ସହର ନୁହେଁ, ଗଜପତି ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ  ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସି ଲୋକମାନେ ଏଥଇରେ ସାମିଲ  ହେଉଥିଲେ । ଏହାର ସୂଚନା ପାଇ ରବିବାର ସନ୍ଧ୍ୟାରେ ପୁଲିସ ଜୁଆଖେଳ  ଉପରେ ଚଢ଼ଉ କରିଛି । ଜୟ ମାତାଜୀ କଲ୍ୟାଣ ମଣ୍ଡପରେ ଚାଲିଥିବା  ଜୁଆ ଆଡ୍ଡା ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ପ୍ରଶାନ୍ତ ଭୂପତି,  କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀ ଓ ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ ନିଶିକାଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଚଢ଼ଉ କରିଥିଲା । ପୁଲିସ ସେଠାରୁ ୭୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ  ୧୨ ଲକ୍ଷ ୩ ହଜାର ଟଙ୍କା, ୯ଟି କାର୍‌, ୧୨ଟି ବାଇକ୍‌, ୬୦ଟି ମୋବାଇଲ୍‌  ଫୋନ୍‌ ଜବତ କରିଛି । ବିପୁଳ ପରିମାଣର ତାସ୍‌ ପ୍ୟାକେଟ୍‌, ପାଣି ବୋତଲ  ସେଠାରୁ ମିଳିଥିଲା ।
    ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ  ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ  ଆବଶ୍ୟକ ସ୍ଥଳେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି  ଆଦର୍ଶ ଥାନାଧିକାରୀ ।  ଧରା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଆନ୍ଧ୍ରପ୍ରଦେଶର  ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଜଣ ସରକାରୀ ଚାକିରି ମଧ୍ୟ କରୁଥିବା  ଆଲୋଚନା ହେଉଛି । ଯେହେତୁ ଓଡ଼ିଶା, ଆନ୍ଧ୍ରପ୍ରଦେଶର ଲୋକମାନେ  ଏଥିରେ ସମ୍ପୃକ୍ତ ତେଣୁ ଏହି ବଡ଼ଧରଣର ଜୁଆ ଆଡ୍ଡା କେଉଁମାନେ  ଚଲାଉଥିଲେ, ଏହା ପଛର ମାଷ୍ଟର୍‌ମାଇଣ୍ଡ୍‌ କିଏ ସେନେଇ ଏବେ ଚର୍ଚ୍ଚା  ଜୋର୍‌ ଧରିଛି । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ   ମଧ୍ୟ ତଦନ୍ତ କରୁଛି ପୁଲିସ । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook