Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନୟାପଲ୍ଲୀ ବଳାତ୍କାର ମାମଲା: ୨ ସହଯୋଗୀ ଗିରଫ

    Share on :
    ajab-Image
    Date: Oct 5, 2026    Views: 3522

    ଭୁବନେଶ୍ୱର: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ହୋଇଥିବା ଦୁଇ ସହଯୋଗୀ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡ଼ିଛି।

    ପୋଲିସ ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ବଳାତ୍କାର ଭଳି ସଙ୍ଗୀନ ଅପରାଧ ଘଟାଇବା ପରେ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଘଟଣାସ୍ଥଳରୁ ଫରାର ହୋଇଯାଇଥିଲେ। ଚାଲାକି ଦେଖାଇ ନିଜର ପରିଚୟ ଓ ସ୍ଥିତି ଲୁଚାଇବା ପାଇଁ ସେ କ୍ୟାପିଟାଲ ଥାନା ଅଞ୍ଚଳରୁ ଏକ ବାଇକ ଚୋରି କରି ଛୁ’ ମାରିଥିଲେ। ତେବେ କେବଳ ବଳାତ୍କାର ନୁହେଁ, ଶ୍ରୀଧର ପୂର୍ବରୁ ମଧ୍ୟ ବହୁ ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook