Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୭.୨୨ କୋଟି ଚିଟଫଣ୍ଡ ଠକେଇ, 4 ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

    Share on :
    ajab-Image
    Date: Aug 31, 2026    Views: 3008

    ଭୁବନେଶ୍ୱର: ଏକ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୪ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଗିରଫ କରିଛି । ଗତ ଅଗଷ୍ଟ 28ରେ ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ଦେବବ୍ରତ ଦତ୍ତଙ୍କୁ CBI ଭୁବନେଶ୍ୱର ଶାଖା ଟିମ୍ କାବୁ କରି ଗିରଫ କରିଛି । ଏନେଇ ସିବିଆଇ ଗତକାଲି (ରବିବାର) ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ।

    ସିବିଆଇ ସୂଚନା ଅନୁଯାୟୀ, ଅଭିଯୁକ୍ତ ଦେବବ୍ରତ ଡିଏନ୍‌ବି ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ । ସେ ଅନ୍ୟମାନଙ୍କ ସହ ଅପରାଧିକ ଷଡ଼ଯନ୍ତ୍ର କରି ଠକେଇ ଏହି କରିଥିଲେ । ଜମାକାରୀଙ୍କ ଠାରୁ ବେଆଇନ ଭାବେ ସଂଗ୍ରହ କରାଯାଇଥିବା ୧୭ କୋଟି ୨୨ ଲକ୍ଷ ୩୯ ହଜାର ୪୫୩ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି । ଦେବବ୍ରତ ଫେରାର ଥିବା ସହ ସିବିଆଇକୁ ତଦନ୍ତରେ ସହଯୋଗ କରୁନଥିଲେ ।

    ୨୦୨୨ ଡିସେମ୍ବର ୨୬ରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ମାମଲାରେ ତାଙ୍କୁ ଫେରାର ଘୋଷଣା କରାଯାଇଥିଲା । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି (ଆଇପିସି) ଏବଂ ପ୍ରାଇଜ୍ ଚିଟ୍ସ ଆଣ୍ଡ ମନି ସର୍କୁଲେସନ୍ ସ୍କିମ୍ସ (ବ୍ୟାନିଂ) ଆକ୍ଟ, ୧୯୭୮ ଅନୁଯାୟୀ ମାମଲା ରୁଜୁ ହୋଇଛି । ତେବେ ଦେବଦତ୍ତ ଫେରାର ଥିବାରୁ ତାଙ୍କ ବିରୋଧରେ ସିବିଆଇ କୋର୍ଟ ୨୦୨୪ ଅଗଷ୍ଟ ୫ରେ ତାରିଖରେ ଏକ ଜାମିନ ବିହୀନ ଗିରଫ ପରୱାନା (NBW) ମଧ୍ୟ ଜାରି କରାଯାଇଥିଲା ।

    ତେବେ ବିଶ୍ୱସ୍ତ ସୂଚନା ଆଧାରରେ ଅଭିଯୁକ୍ତ ଦେବଦତ୍ତଙ୍କୁ ଟ୍ରାକ୍ କରାଯାଇଥିଲା । ଅଗଷ୍ଟ 28 ତାରିଖରେ ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ସିବିଆଇ ପକ୍ଷରୁ ସିଲିଗୁଡ଼ିରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଥିଲା । ଭୁବନେଶ୍ୱରର ସ୍ୱତନ୍ତ୍ର CBI କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook