Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁନ୍ଦରପଦା ବୋମା ବିସ୍ଫୋର ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

    Share on :
    ajab-Image
    Date: Jul 8, 2026    Views: 2537

    ଭୁବନେଶ୍ଵର : ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ NIAର ବଡ଼ ଆକ୍ସନ। ୟୁପିରୁ ରୋହନ ରଞ୍ଜନ ରାଉତରାୟକୁ ଉଠାଇଲା ଜାତୀୟ ତଦନ୍ତକାରୀ ସଂସ୍ଥା। ଭୁବନେଶ୍ବର ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ରୋହନର ସମ୍ପୃକ୍ତି ଥିବା NIA ଜାଣିବାକୁ ପାଇଥିଲା। ରୋହନ ବିରୋଧରେ ବିସ୍ଫୋରକ ରଖିବା, ଅନ୍ୟର ଜୀବନକୁ ବିପଦରେ ପକାଇବା, ଅପରାଧିକ ଷଡ଼ଯନ୍ତ୍ର ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ରୋହନ ରଞ୍ଜନ ରାଉତରାୟର ଘର ଭୁବନେଶ୍ବର ପଟିଆ ଅଞ୍ଚଳରେ। ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ସେ ଉତ୍ତର ପ୍ରଦେଶ ପଳାଇଥିଲା। 
    ସୂଚନାନୁଯାୟୀ, ସୁନ୍ଦରପଦା ଆଜାଦ୍ ନଗରରେ ୨୦୨୬ ଜାନୁଆରୀ ୨୭ରେ ହୋଇଥିବା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହନଓ୍ବାଜ୍ ଓ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ସେହନଓ୍ବାଜର ପ୍ରେମିକା ଓ ସାଙ୍ଗ ଆହତ ହୋଇଥିଲେ । NIA ରୋହନକୁ ଗିରଫ କରି ଝାରପଡ଼ା ଜେଲକୁ ପଠାଇଛି । ୨୦୨୫ ଅଗଷ୍ଟ ୮ରେ ଭୁବନେଶ୍ବର ପାତ୍ରପଡ଼ାରେ ହୋଇଥିବା ଥାର୍ ଟ୍ରାଜେଡି ଘଟଣାରେ ରୋହନ ରଞ୍ଜନ ରାଉତରାୟ  ଗିରଫ ହୋଇଥିଲା । ଏହି ଲୋମଟାଙ୍କୁରା ଦୁର୍ଘଟଣାରେ ଦୁଇଜଣ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା। ଜଣେ ମହିଳା ତାଙ୍କ ଛୋଟ ଝିଅକୁ ଧରି ରାସ୍ତା ପାର୍ ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଥାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଏହି ଘଟଣାରେ ପୁଲିସ ଦୀର୍ଘ ଦିନ ଧରି ତଦନ୍ତ କରିବା ପରେ ମୁଖ୍ୟ ଅଭିଯୁକ୍ତ ରୋହନ ରଞ୍ଜନ ରାଉତରାୟକୁ ଗିରଫ କରିଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook