Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକ ଗିରଫ

    Share on :
    ajab-Image
    Date: Jun 24, 2026    Views: 2984

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ଟ୍ୟୁସନ୍ ଶିକ୍ଷକ ନିରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି।ଅଭିଯୋଗ ଅନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ସହିଦନଗରସ୍ଥିତ ଏକ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ। ଗତ ୧୪ ଜୁନରେ ଏକ୍ସଟ୍ରା(ଅତିରିକ୍ତ) କ୍ଲାସ୍‌ର ନାଁରେ ଛାତ୍ରୀଙ୍କୁ ରଖି ଅଭିଯୁକ୍ତ ତାଙ୍କ ସହ ଜୋରଜବରଦସ୍ତି କରିଥିବା ଅଭିଯୋଗ ହୋଇଛି। ଏହା ସମ୍ପର୍କରେ କାହାକୁ କହିଲେ ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।ପରେ ଛାତ୍ରୀ ଅସୁସ୍ଥ ହେବା ସହ ଅତ୍ୟଧିକ ରକ୍ତସ୍ରାବ ହେବାରୁ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ମହିଳା ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା।ଅଭିଯୋଗ ହେବା ପରେ ମାମଲା ରୁଜୁ କରିବାରେ ବିଳମ୍ବ ହୋଇଥିବା ଏବଂ ଘଟଣାକୁ ଚାପି ରଖିବାକୁ ଉଦ୍ୟମ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଗଣମାଧ୍ୟମରେ ଘଟଣା ପ୍ରକାଶ ପାଇବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

    ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ପରୀକ୍ଷା କରାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook