Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୫ ଆତଙ୍କବାଦୀ ଗିରଫ

    Share on :
    ajab-Image
    Date: Jun 18, 2026    Views: 3367

    ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ବୁଧବାର ଆଉ ୫ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ସଞ୍ଚାଳକ ଶେହଜାଦ ଭଟ୍ଟି ସହିତ ଯୋଗାଯୋଗରେ ରହିଥିଲେ। ବୁଧବାର ଦିଲ୍ଲୀ ପୁଲିସ କହିଛି ଯେ ଏହି ଆତଙ୍କବାଦୀ ଗୋଷ୍ଠୀରେ ୮ଜଣ ସଦସ୍ୟ ଥିବାବେଳେ ସେଥିରୁ ୫ଜଣଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ତେହରିକ୍-ଇ-ତାଲିବାନ ହିନ୍ଦୁସ୍ତାନ (ଟିଟିଏଚ୍‌) ନାମରେ ସଂଗଠନ ଚଳାଇଥିଲେ। ଏହି ସଂଗଠନ ଉତ୍ତର ଭାରତରେ ଆତଙ୍କବାଦୀ କାର୍ଯ୍ୟ କରିବାକୁ ଯୋଜନା କରିଥିଲେ। ଏହା ପୂର୍ବରୁ ମଙ୍ଗଳବାର ୭ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook