Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁବତୀଙ୍କୁ ଗଣବଳାତ୍କାର ; ପ୍ରେମିକ ସହ ୪ ଗିରଫ

    Share on :
    ajab-Image
    Date: Jun 16, 2026    Views: 2778

    ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ପାଖ ଗାଁର ୪ ଯୁବକ ଗଣ ବଳାତ୍କାର କରିଥିବା ଭଳି ଏକ ଘଟଣା ଆଜି ଲୋକଲୋଚନକୁ ଆସିଛି। ଯଦିଓ ଘଟଣାଟି ଗତ ୮ତାରିଖ ରାତିରେ ଘଟିଛି, ରବିବାର ପୀଡ଼ିତାଙ୍କ ପକ୍ଷରୁ ପାଟଣାଗଡ଼ ଥାନାରେ ଲିଖିତ ଏତଲା ଦିଆଯିବା ପରେ ପୁଲିସ ୪ ଅଭିଯୁକ୍ତ ପଣ୍ଡାମୁଣ୍ଡା ଗ୍ରାମର ମହେଶ ଶବର(୧୯), ବୈଲୋଚନ ବରିହା(୨୦), ଉମାକାନ୍ତ ଡିଲା(୨୬) ଏବଂ ଅଜୟ ମିର୍ଦ୍ଧା(୨୬)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

    ପ୍ରକାଶ ଯେ, ପୀଡ଼ିତାଙ୍କ ସହ ପଣ୍ଡାମୁଣ୍ଡା ଗ୍ରାମର ମହେଶ ଶବର(୧୯)ଙ୍କ ସହ ଗତ ୬ ମାସ ତଳୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ୮ ତାରିଖ ରାତି ପ୍ରାୟ ୧୦ଟାରେ ମହେଶ ଫୋନ ଯୋଗେ ପୀଡ଼ିତାକୁ ଘରୁ ଡାକି ଗାଁ ନିକଟ ଏକ ଚାଷ ଜମିକୁ ନେବା ସହ ତା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଠିକ୍‌‌ ସେତିକି ବେଳେ ଅନ୍ୟ ତିନି ଅଭିଯୁକ୍ତ ପଣ୍ଡାମୁଣ୍ଡା ଗ୍ରାମର ବୈଲୋଚନ ବରିହା, ଉମାକାନ୍ତ ଡିଲା ଏବଂ ଅଜୟ ମିର୍ଦ୍ଧା ଉକ୍ତ ସ୍ଥାନରେ ପହଞ୍ଚି ଯିବାରୁ ପ୍ରେମିକ ମହେଶ ଉକ୍ତ ସ୍ଥାନରୁ ଦୌଡ଼ି ପଳାଇଥିଲେ। ତିନି ଅଭିଯୁକ୍ତ ପୀଡ଼ିତାଙ୍କୁ ଭୟଭୀତ କରି ବଳାତ୍କାର କରିଥିଲେ। ପୀଡ଼ିତା ଏ ସଂପର୍କରେ ବିଳମ୍ବରେ ପରିବାର ଲୋକଙ୍କୁ କହିଥିବାବେଳେ ରବିବାର ଅପରାହ୍ଣ ପ୍ରାୟ ୧ ଘଣ୍ଟା ୩୦ମିନିଟ ବେଳେ ନିଜ ଅଭିଭାବକଙ୍କ ସହ ପାଟଣାଗଡ଼ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଅଭିଯୁକ୍ତଙ୍କୁ ଧରି ଆଣି ପଚରାଉଚୁରା କରିବାରେ ସେମାନେ ଦୋଷ ସ୍ବୀକାର କରିଥିଲେ। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତମାନଙ୍କ ଡାକ୍ତରୀ ମାଇନା କରାଯାଇଥିବା ଉପଖଣ୍ଡୀୟ ପୁଲିସ ଅଧିକାରୀ ସଦାନନ୍ଦ ପୂଜାହାରୀ ସୂଚନା ଦେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook