Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗର୍ଲଫ୍ରେଣ୍ଡକୁ ମୋବାଇଲ ଦେବା ପାଇଁ ଲୁଟ ଉଦ୍ୟମ, ଧରାପଡିଲେ ୩ ନାବାଳକ

    Share on :
    ajab-Image
    Date: Jun 2, 2026    Views: 4121

    ଉଦଳା:  କପ୍ତିପଦାରେ  ଲୁଟ କରିବାକୁ ଆସି ବିଫଳ ହେବା ଘଟଣାର ପୁଲିସ ଖୋଲିଲା ଗୁମର। ନାବାଳକ ନିଜ ଗର୍ଲଫ୍ରେଣ୍ଡକୁ ମୋବାଇଲ ଉପହାର ଦେବା ପାଇଁ କରିଥିଲେ ଲୁଟ ଉଦ୍ୟମ। ତିନି ଜଣ ନାବାଳକ ଗାଡି ଭଡା କରି ଲୁଟ କରିବାକୁ ଆସିଥିଲେ ପୁଲିସ ସୂଚନା ଦେଇଛି।
    କପ୍ତିପଦା ଥାନା ଅଂଚଳର ତିନି ଜଣ ନାବାଳକ ତଳିଆ ଅଂଚଳର ଜଣେ ଡ୍ରାଇଭରଙ୍କୁ ଦେଢ଼ ହଜାର ଟଙ୍କା ଭଡାରେ ବାଲେଶ୍ୱର ଯିବେ ବୋଲି କହିଥିଲେ। ଏହା ପରେ ଡ୍ରାଇଭର ତାଙ୍କ ମାଲିକଙ୍କ ଘରୋଇ ଗାଡ଼ିରେ ନାବାଳକଙ୍କୁ ନେଇ ବାହାରିଥିଲେ। ଉଦଳା କୃଷକ ବଜାର ନିକଟରେ ସମ୍ପର୍କୀୟ ଙ୍କ ଘରୁ ଟଙ୍କା ଆଣିବେ କହି ନାବାଳକମାନେ ଓହ୍ଲାଇ ଶାବଳରେ ମୋବାଇଲ ଦୋକାନ ସଟର ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଖୋଳତାଡ଼ କରିଥିଲା ପୋଲିସ। ସେପଟେ କାର ମାଲିକଙ୍କ କହିବା କଥା ଉକ୍ତ ଗାଡି ସେ ନିଜ ବ୍ୟବହାର ପାଇଁ ରଖିଥିବା ବେଳେ ଡ୍ରାଇଭର ଉକ୍ତ ଦିନ ବିଳମ୍ବ ହେବାରୁ ସାଙ୍ଗରେ ଗାଡି ନେଇଯାଇଥିଲେ।

    ଗାଡି ଡ୍ରାଇଭର କହିବା କଥା ଲୁଟ ପାଇଁ ଗାଡି ନେବା ବାବଦରେ ସେ ଜାଣି ନ ଥିଲେ ଏବଂ ପୂର୍ବରୁ ଉକ୍ତ ନାବାଳକ ମାନଙ୍କୁ ନେଇ ମାଲିକ ଅଜାଣତରେ ସେ ଅନେକ ଥର ଭଡା ଯାଇଥିବା କହିଛନ୍ତି। ତେବେ ତିନି ଜଣ ନାବାଳକଙ୍କ ମଧ୍ୟରୁ ଜଣେ ନାବାଳକ ନିଜ ଗର୍ଲଫ୍ରେଣ୍ଡ କୁ ମୋବାଇଲ ଉପହାର ଦେବା ପାଇଁ ଚୋରି ଉଦ୍ୟମ କରିଥିବା ଜଣାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook