ମୁଖ୍ୟ ଖବର
ପୁରୀ : ଶ୍ରୀକ୍ଷେତ୍ରରେ ଲଜ୍ଜା । ବାପ, ଝିଅ ସମ୍ପର୍କରେ କଳଙ୍କ । ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଟାଉନଥାନା ପୁଲିସ ବାପାକୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର କରିବାରୁ ତାକୁ ଜେଲକୁ ପଠାଯାଇଛି । ଅଭିଯୁକ୍ତ ହେଲାର ଚୁଡ଼ଙ୍ଗସାହିର ବ୍ରହ୍ମାନନ୍ଦ ସାହୁ (୪୫) ।
ପୁଲିସ ସୂଚନାନୁଯାୟୀ, ବ୍ରହ୍ମାନନ୍ଦ ପେସାରେ ଜଣେ ଦହିବରା ବେପାରୀ । ତାଙ୍କର ୧୦ ବର୍ଷ ତଳେ ସ୍ତ୍ରୀଙ୍କ ଦେହାନ୍ତ ହୋଇଛି । ତାଙ୍କର ୨ଟି ଝିଅ ବିବାହିତ ହୋଇଥିବା ବେଳେ ଅନ୍ୟ ୨ଝିଅ ଓ ୨ ପୁଅ ଘରେ ଅଛନ୍ତି । ପୂର୍ବରୁ ମଧ୍ୟ ବ୍ରହ୍ମାନନ୍ଦ ନିଜ ଝିଅ ଖରାପ କାର୍ୟ୍ୟ କରିବାକୁ ଉଦ୍ୟମ କରୁଥିବାବେଳେ ଝିଅ ବିରୋଧ କରି ଚୁପ୍ ରହିଥିଲା । ପୁଣି ଝିଅ ଦୁଷ୍କର୍ମ କରିବା ଲାଗି ଉଦ୍ୟମ କରିବାରୁ ଝିଅ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୁଲିସ ଏକ ମାମଲାରୁଜୁ କରି ବାପାକୁ ଗିରଫ କରିଛି ।
Comments ସମସ୍ତ ମତାମତ