Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୪୪ଟି ଚୋରି ମୋଟରସାଇକେଲ ଜବତ,୬ ଗିରଫ

    Share on :
    ajab-Image
    Date: May 20, 2026    Views: 2794

    କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଥିବା ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପୁଲିସ ମୋଟ ୪୪ଟି ଚୋରି ମୋଟରସାଇକେଲ ଜବତ କରିବା ସହ ଏହି ଆନ୍ତଃ-ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ୍‌ର ୬ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
    ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଧର୍ମଗଡ ସବଡିଭିଜନ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ କ୍ରମାଗତ ଭାବେ ବାଇକ୍ ଚୋରି ହେଉଥିବା ନେଇ  ଗତ ମେ ୧୩ରେ ଜୁନାଗଡ଼ ଥାନାରେ ଲିଖତ ଅଭିଯୋଗ ହେଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲା।

    ପ୍ରଥମେ ପୁଲିସ ଜଣଙ୍କୁ ଗିରଫ କରିଥିଲା, ପରବର୍ତ୍ତୀ ସମୟରେ ପଚରାଉଚରା ପରେ ଆହୁରି ୫ ଜଣଙ୍କୁ ଗିରଫ କଲା ପୁଲିସ । ଏହା ସହ ୪୪ ମୋଟରସାଇକେଲ ମଧ୍ୟ ଜବତ କରିଛି ପୁଲିସ । ଏହି ଗ୍ୟାଙ୍ଗ୍‌ କେବଳ କଳାହାଣ୍ଡି ନୁହେଁ, ବରଂ ଆଖପାଖ ଜିଲ୍ଲାରୁ ମଧ୍ୟ ବାଇକ୍ ଚୋରି କରି ନକଲି କାଗଜପତ୍ର ସାହାଯ୍ୟରେ କିମ୍ବା ସ୍ୱଳ୍ପ ମୂଲ୍ୟରେ ଗ୍ରାମାଞ୍ଚଳରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ରାକେଟ୍‌ରେ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ପୁଲିସର ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook