Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାଷ୍ଟିଂ କାଉଚ୍ :ଟେଲି ଅଭିନେତା ଗିରଫ

    Share on :
    ajab-Image
    Date: May 20, 2026    Views: 3206

    ଭୁବନେଶ୍ୱର : କିଛି ଦିନର ଲମ୍ବା ବିରତି ପରେ ପୁଣି ଫେରିଛି କାଷ୍ଟିଂ କାଉଚ୍ । ଟେଲି ଜଗତରେ ଷ୍ଟାର କରାଇ ଦେବାକୁ କହି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଟଙ୍କା ମାଗିବା ଅଭିଯୋଗରେ ମହିଳା ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଟେଲି ଅଭିନେତା ରଶ୍ମିକାନ୍ତ ଭୁଆଁ । ଏତଲା ହେବାର ଅଳ୍ପ କିଛି ସମୟ ମଧ୍ୟରେ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିନେତା ରଶ୍ମିକାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ । ସେ ବାଙ୍କୁଆରେ ରହୁଥିଲେ । ସିରିଏଲ୍ ଓ ରିଆଲିଟି ସୋ’ରେ କାମ କରନ୍ତି । ବଡ଼ଗଡ଼ ଥାନା ବିଜେବି ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ରଶ୍ମିକାନ୍ତଙ୍କର ପରିଚୟ ହୋଇଥିଲା । ପ୍ରଥମେ ଉଭୟ ଭଲ ବନ୍ଧୁ ହୋଇଥିଲେ । ତା’ ପରେ ସିରିଏଲ୍‌ରେ କାମ ଦେବାକୁ କହିଥିଲେ । ମିଲି ରାଜି ହୋଇଯାଇଥିଲେ । ମୌକା ଦେଖି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।

    ​​​​​​ଖାଲି ସେତିକି ନୁହେଁ ଏକ ସିନେମା କରିବା ପାଇଁ କହି ଯୁବତୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଆଣିଥିଲେ । ଦୀର୍ଘ ଦିନ ଗଲା ପରେ ସିରିଏଲ୍ କାମ ଦେଇ ନଥିଲେ କି ସିନେମା ତିଆରି କରି ନଥିଲେ । ଯୁବତୀ ଜଣଙ୍କ ତାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ଟଙ୍କା ଫେରସ୍ତ କରିବା ବଦଳରେ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଯୁବତୀ ଜଣକ ରାଜି ହୋଇଯାଇଥଲେ । ପୁଣି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଗତ କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ସେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି । ତେବେ ଏନେଇ ମଙ୍ଗଳବାର ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ତୁରନ୍ତ ମାମଲା ରୁଜୁ କରି ରଶ୍ମିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନଏସ୍‌ଏସ୍ ଦଫା ୬୯ ଓ ୩୧୮ରେ ମାମଲା ରୁଜୁ ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook