Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୮ କୋଟି ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗ : ୬ ଗିରଫ

    Share on :
    ajab-Image
    Date: May 11, 2026    Views: 2303

    ଭଦ୍ରକ : ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ସବଟ୍ରେଜରୀରେ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ୬ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି । ଦୀର୍ଘ ୫ ବର୍ଷ ମଧ୍ୟରେ ହୋଇଥିଲା ପ୍ରାୟ ୮ କୋଟି ଟଙ୍କା ହେରଫେର। ୨୦୧୮ ମସିହା ରୁ ୨୦୨୩ ମସିହାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବ୍ ଟ୍ରେଜରୀର ପୂର୍ବତନ ସିନିୟର୍ ଆସିଷ୍ଟାଣ୍ଟ ସନ୍ତୋଷ କୁମାର ପଣ୍ଡା ଜାଲିଆତି କରି ୮ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍ କରିଥିବା ନେଇ ଭିଜିଲାନ୍ସ ସୂଚନା ପାଇଥିଲା । ଏହି ଅଭିଯୋଗ ପରେ ଭିଜିଲାନ୍ସ ଯାଞ୍ଚ କରିବା ସହ ସନ୍ତୋଷ ପଣ୍ଡାଙ୍କୁ ଗିରଫ କରିଛି। ଏହି କାରବାରରେ ସହଯୋଗ କରିଥିବା ଅନ୍ୟ ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେମାନେ ହେଲେ ଶିବ ଶଙ୍କର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ୍ଲ କୁମାର ରାଉତ, ସନ୍ଦୀପ କୁମାର ମିତ୍ର, ଅଭୟ କୁମାର ପଣ୍ଡା ।

    ସୂଚନାନୁସାରେ, ୨୦୦୯ରୁ ୨୦୨୪ ମଧ୍ୟରେ ସବ୍ ଟ୍ରେଜେରିରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଟିମ୍ ତନାଘନା ଆରମ୍ଭ କରିଥିଲା। ସବୁଠୁ ଅଧିକ ୨୦୧୮ ଜୁଲାଇ ୨୫ରୁ ୨୦୨୩ ମେ ୪ ମଧ୍ୟରେ ୧୦୨ଟି ଜାଲ ବିଲ୍ ଜରିଆରେ ୮ କୋଟି ୪ଲକ୍ଷ ୭୬ ହଜାର ୧୪୬ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଛି। ତଦନ୍ତକ୍ରମେ ୬ ମାସ ତଳେ ନିଲମ୍ବିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବ୍ ଟ୍ରେଜରୀର ପୂର୍ବତନ ସିନିୟର୍ ଆସିଷ୍ଟାଣ୍ଟ ସନ୍ତୋଷ କୁମାର ପଣ୍ଡାଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ସେ ଜାଲିଆତି କରି ୮ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍ କରିଥିବା ନେଇ ଭିଜିଲାନ୍ସ ସୂଚନା ପାଇଥିଲା।

    ଏହା ପରେ ଭିଜିଲାନ୍ସ ପକ୍ଷରୁ ନିଲମ୍ବିତ କିରାଣି ପଣ୍ଡାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । କଟକ, ବାଲେଶ୍ବର ଏବଂ ଭଦ୍ରକ ଭିଜିଲାନ୍ସ ମିଳିତ ଟିମ୍ ତିହିଡ଼ି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଆରସା ଏବଂ ଭଦ୍ରକ ବାଇପାସ୍ ନିକଟରେ ଥିବା ସନ୍ତୋଷଙ୍କ ନବନିର୍ମିତ ଘରେ ଚଢ଼ାଉ କରିଥିଲା। ନିଲମ୍ବିତ ହୋଇଥିବା ମୁଖ୍ୟ କିରାଣି ପୂର୍ବରୁ ଭଦ୍ରକ ସବ୍ ଟ୍ରେଜରୀରେ ଥିଲେ। ପରେ ତିହିଡ଼ି ଓ ଚାନ୍ଦବାଲି ସବ ଟ୍ରେଜେରିକୁ ତାଙ୍କର ବଦଳି ହୋଇଥିଲା। ​​​​​​​

    Maximum 500 characters

    ରାଜ୍ୟ ଖବର View all

    Find Us on Facebook