ମୁଖ୍ୟ ଖବର
କେନ୍ଦୁଝର: କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ ଥାନା ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁଦର୍ଶନ ଦାଶ ବୋଲି ଜଣାପଡ଼ିଛି। ପୋଲିସ ରବିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରି ତଦନ୍ତ କରୁଛି।
ମୁତାବକ, କେନ୍ଦୁଝର ଅଞ୍ଚଳର ପୀଡ଼ିତା ଏବଂ ତାଙ୍କ ସ୍ବାମୀ ୪ ବର୍ଷ ପୂର୍ବେ ପୁରୀରେ ସୁଦର୍ଶନଙ୍କ ଘରେ ଭଡ଼ାରେ ରହୁଥିଲେ। ସେ ସମୟରେ ଅଭିଯୁକ୍ତ ଘର ମାଲିକ ତାଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ କୋଠରିରେ ପ୍ରବେଶ କରି ଅସଦାଚରଣ କରିଥିଲେ। ତାଙ୍କ ଅଗୋଚରରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ରେକର୍ଡ କରିଥିଲେ। ପରେ ସେଗୁଡ଼ିକୁ ପୀଡ଼ିତାଙ୍କୁ ଦେଖାଇ ବ୍ଲାକ୍ମେଲ କରି ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ କଥା ନ ମାନିବାରୁ ପୀଡ଼ିତାଙ୍କ ଫଟୋ ବ୍ୟବହାର କରି ଏକ ନକଲି ପ୍ରୋଫାଇଲ ତିଆରି କରି ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଏବଂ ସ୍କ୍ରିନସଟ୍ ପ୍ରସାରଣ କରିଥିଲେ। ଏ ନେଇ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିବା ସହ ଗୋଟିଏ ମୋବାଇଲ ଜବତ କରିଛି। ଜବତ ମୋବାଇଲ ଯାଞ୍ଚ ପରେ ଅଶ୍ଳୀଳ ଫଟୋ, ସ୍କ୍ରିନ୍ସଟ୍ ଏବଂ ଅନ୍ୟାନ୍ୟ ଡିଜିଟାଲ ସାମଗ୍ରୀ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ଟାଉନ ଆଇଆଇସି ଶ୍ରୀକାନ୍ତ ସାହୁ କହିଛନ୍ତି, ସରକାରୀ ଅଧିକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଅନୁସନ୍ଧାନ ଏବଂ ଜବତ ପ୍ରକ୍ରିୟା କରାଯାଇଛି। ଏହାର ଭିଡିଓଗ୍ରାଫି ହୋଇଛି।
Comments ସମସ୍ତ ମତାମତ