Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ: ବ୍ୟାଙ୍କ ମ୍ୟାନେଜର ଗିରଫ

    Share on :
    ajab-Image
    Date: May 5, 2026    Views: 2874

    ମାଲକାନଗିରି: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି ଶାଖା ପରିଚାଳକ ସୁଧାଂଶୁ ଖରାଙ୍କୁ ଗିରଫ କରିଛି। କୋରାପୁଟ ଭିଜିଲାନ୍ସ କେସ୍‌ ନଂ. ୪ ଓ ୫ ପ୍ରକାରେ ଖରାଙ୍କୁ ସୋମବାର ଗିରଫକରି କୋର୍ଟଚାଲାଣ କରାଯାଇଛି। ଏ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
    ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମାଲକାନଗିରି ଜିଲାର ୫ଟି ଲ୍ୟାମ୍ପ ପ୍ରାଥମିକ ସମବାୟ ସୋସାଇଟିର ଚାଷୀମାନେ ନେଇଥିବା ୧ କୋଟି ୮ଲକ୍ଷ ୭୫ ହଜାର କୃଷି ଋଣ ଟଙ୍କା ଫେରାଇଥିଲେ। ମାଲକାନଗିରି ଶାଖା ପରିଚାଳକ ଖରା ଏହି ଟଙ୍କା କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖାରେ ଜମା ନ କରି ହଡ଼ପ କରିଥିବା ଜଣାପଡ଼ିଥିଲା। ଗତ ୧୫ ଦିନ ପୂର୍ବେ କେସିସି ବ୍ୟାଙ୍କର ନିର୍ଦ୍ଦେଶକ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ମାଲକାନଗିରି ଆସି ଏ ସମ୍ବନ୍ଧରେ ତଦନ୍ତ କରିବା ପରେ ପରିଚାଳକ ଖରା ଏହି ଟଙ୍କା ହଡ଼ପ କରିଥିବା ପ୍ରମାଣ ମିଳିଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook