Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୋଟିଆରେ ଜନଗଣନାକୁ ବିରୋଧ କରି ୨ ଗିରଫ

    Share on :
    ajab-Image
    Date: Apr 26, 2026    Views: 3160

    କୋରାପୁଟ: ଜନଗଣନାକୁ ବିରୋଧ କରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୀମାନ୍ତ କୋଟିଆ ଗ୍ରାମ ପଞ୍ଚାୟତର ଉପର ସେମ୍ବୀ ଗ୍ରାମର ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। 

    ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ତାଡ଼ିଙ୍ଗି ପିଲ୍ମକୁ ଓ ତାଡିଙ୍ଗି ସଞ୍ଜିନ। ଏହି ଦୁଇ ଜଣ ଜନଗଣନା  କାର୍ୟ୍ୟକ୍ରମକୁ ବିରୋଧ କରିବା ସହିତ ଏଥିରେ ବାଧା ଦେଇଥିଲେ। ଫଳରେ ସେଠାରେ ଜନଗଣନା କର୍ମଚାରୀ ଭାବେ ନିୟୋଜିତ ହୋଇଥିବା ଶିକ୍ଷକମାନେ ଏନେଇ କୋଟିଆ ପୁଲିସକୁ ଖବର ଦେଇଥିଲେ।

    ପୁଲିସ ଏ ନେଇ ମାମଲା ରୁଜୁ କରିବା ସହିତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲା। ପରେ ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook