Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକ୍ ଗୁପ୍ତଚରୀ ସନ୍ଦେହ: ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ

    Share on :
    ajab-Image
    Date: Apr 24, 2026    Views: 3390

    ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଏଟିଏସ ହାବୁଡରେ ଦୁଇ ସନ୍ଦିଗ୍ଧ ଆତଙ୍କୀ। ପାକ୍ ଗୁପ୍ତଚରୀ ସନ୍ଦେହରେ ନୋଏଡାରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ। ରେଡ୍ କରି କାବୁ କଲା ଉତ୍ତରପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହ ସମ୍ପର୍କରେ ଥିବା ସନ୍ଦେହ କରାଯାଉଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଗୁଳିଗୋଳା ଜବତ ହୋଇଛି।ପାକ୍ ଗ୍ୟାଙ୍ଗଷ୍ଟରଙ୍କ ନିର୍ଦ୍ଦେଶରେ ରାଜ୍ୟର ଅନେକ ହାଇ-ପ୍ରୋଫାଇଲ୍ ବ୍ୟକ୍ତିଙ୍କ ଟାର୍ଗେଟେଡ୍ କିଲିଂ ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗ ହୋଇଛି। ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭାଟି ଏବଂ ଆବିଦ ଜାଟଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଥିବା ଅଭିଯୋଗ ହୋଇଛି। ଏହି ଦୁଇଜଣ ଭାରତୀୟ ଯୁବକମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ କରି ଏକ ସ୍ଲିପର୍ ସେଲ୍ ପ୍ରତିଷ୍ଠା କରିଥିଲେ। 
    ରାଜ୍ୟର ଅନେକ ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ହତ୍ୟା ଯୋଜନା କରିଥିଲେ। ଅଭିଯୁକ୍ତମାନେ ଗତ କିଛି ମାସ ମଧ୍ୟରେ ଅନେକ ଲୋକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଟେଲିଫୋନ୍ ଧମକ ସମୟରେ ସେମାନେ କନଫରେନ୍ସ କଲରେ ପାକିସ୍ତାନୀ ସନ୍ଦିଗ୍ଦଙ୍କୁ ମଧ୍ୟ ଯୋଡିଥିଲେ। ଅପରେସନରେ ATS ଏକ ପିସ୍ତଲ, ପାଞ୍ଚଟି ଗୁଳି  ଏବଂ ଗୋଟିଏ ଛୁରୀ ଜବତ କରିଛି। ଅଧିକ ତଦନ୍ତ ନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook