ମୁଖ୍ୟ ଖବର
ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ରସରାଜପୁର ଦେଇ ଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥ ତଥା ବିଜୁ ଏକ୍ସପ୍ରେସ୍-ୱେରୁ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଏକାନ୍ତ ନାଏକ, ରୋହନ ପଟେଲ, ଅଙ୍କିତ ବେହେରା ଓ ରିଅନ ନାଏକ। ଆଉ ୨ ଜଣ ଫେରାର ହୋଇଯିବାରେ ସଫଳ ହୋଇଥିଲେ।ଏହି ୬ ଜଣ କୌଣସି ସ୍ଥାନରେ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିଥିବା ସୂଚନା ମିଳିଛି। ପୁଲିସକୁ ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍ପି ଅମୃତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ସଦର ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା।
ପୁଲିସ୍ ଚଢ଼ାଉ କରିବା ବେଳେ ଅଭିଯୁକ୍ତମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ୪ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିବା ବେଳେ ଆଉ ୨ ଜଣ ଫେରାର ହୋଇଯାଇଥିଲେ।
ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ଦୁଇଟି ଗୁଳି, ଗୋଟିଏ ବୁଲେଟ, ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟି, ଲଙ୍କାଗୁଣ୍ଡ, ଆରି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
Comments ସମସ୍ତ ମତାମତ