Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅବକାରୀ ବିଭାଗରେ ଆର୍ଥିକ ଅନିୟମିତତା: ୨ ଗିରଫ

    Share on :
    ajab-Image
    Date: Apr 3, 2026    Views: 2411

    ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି ଟଙ୍କା ହରିଲୁଟ୍‌ ଅଭିଯୋଗରେ ସମ୍ବଲପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ଜୁନିଅର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଏଏସ୍‌ଆଇ ଶରତ ଚନ୍ଦ୍ର ବେହେରା। ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଏଏସ୍‌ଆଇ ଅଚ୍ୟୁତ ଦେହୁରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି।
    ସମ୍ବଲପୁର ଏସ୍‌ପିଙ୍କ ସୂଚନା ଅନୁଯାୟୀ, ୨୦୨୨ ନଭେମ୍ବରରୁ ୨୦୨୫ ଅକ୍ଟୋବର ମଧ୍ୟରେ ଏହି ସରକାରୀ ପାଣ୍ଠିର ଆତ୍ମସାତ କରାଯାଇଥିଲା। ଅଡିଟ ସମୟରେ ଆର୍ଥିକ ଅନିୟମିତତା ଜଣାପଡ଼ିବା ପରେ ଅବକାରୀ ବିଭାଗ ପକ୍ଷରୁ ଅଇଁଠାପାଲି ଥାନାରେ ଏତଲା ଦିଆଯାଇଥିଲା। ଅଭିଯୁକ୍ତମାନେ ଆଇଏଫଏମ୍‌ଏସ୍‌ (IFMS) ପୋର୍ଟାଲ ମାଧ୍ୟମରେ ଜାଲ ସାଙ୍କସନ ଅର୍ଡର ପ୍ରସ୍ତୁତ କରି ପେନ୍‌ସନ୍‌ ଏବଂ ବକେୟା ଦରମା ବାବଦରେ କୋଟି କୋଟି ଟଙ୍କା ବେଆଇନ ଭାବେ ଉଠାଇ ନେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨୩,୪୬,୫୦୦ ଟଙ୍କା ନଗଦ ଜବତ କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୪୪ ଲକ୍ଷ ଟଙ୍କାକୁ ଫ୍ରିଜ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook