Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହାଇକୋର୍ଟକୁ ବୋମା ଧମକ, ବନ୍ଧା ହେଲା ଅଭିଯୁକ୍ତ

    Share on :
    ajab-Image
    Date: Mar 30, 2026    Views: 2317

    ନୂଆଦିଲ୍ଲୀ: ହାଇକୋର୍ଟକୁ ବୋମା ଧମକ, ବନ୍ଧା ହେଲା ଅଭିଯୁକ୍ତ। ଦେଶର ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ୍ ମାମଲାରେ ଅଭିଯୁକ୍ତ ଶ୍ରୀନିବାସ ଲୁଇସଙ୍କୁ ଧରିଛି ପୋଲିସ୍। କର୍ଣ୍ଣାଟକ ମହିଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଦିଲ୍ଲୀର ବିଭିନ୍ନ ସ୍କୁଲ, କଲେଜ, ହାଇକୋର୍ଟକୁ ବୋମା ଧମକ ଦେଇଥିଲେ। 

    ଏମିତି କି ଓଡ଼ିଶା ହାଇକୋର୍ଟ ସମେତ ବିଭିନ୍ନ ଜିଲ୍ଲା କୋର୍ଟକୁ ବି ଏମିତି ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଆସିଥିଲା। ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳର ୧୦୦୦ରୁ ଅଧିକ ଅଞ୍ଚଳରେ ମିଥ୍ୟା ମେସେଜ୍ ପଠାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook