Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବ୍ରହ୍ମବରଦା ଥାନାରୁ ଫେରାର ଚୋର ଗିରଫ

    Share on :
    ajab-Image
    Date: Mar 29, 2026    Views: 3004

    ବ୍ରହ୍ମବରଦା: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ବ୍ରହ୍ମବରଦା ଥାନାରୁ ଫେରାର ଚୋରଗିରଫ। ତାକୁ ତାର ଗାଁ ନିକଟ କାଜୁବଣରୁ ଧରିବାରେ ସଫଳ ହୋଇଛି ପୁଲିସ୍। ଅଭିଯୁକ୍ତ ଫେରାର ମାମଲାରେ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କାର୍ୟ୍ୟାନୁଷ୍ଠାନ ନେଇଥିଲେ। ଅଭିଯୁକ୍ତ ଫେରାର ମାମଲାରେ ଏସ୍‌ପି ଶ୍ରୀମଲ  ଜଣେ ଏଏସ୍‌ଆଇ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। 
    ସୂଚନାଯୋଗ୍ୟ, କୁଣ୍ଡପାଟଣା ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଉତ୍ତର ପ୍ରତାପ ପଂଚାୟତ ଚାନ୍ଦ ମୋହିନୀ ଗାଁର ଅଶୋକ ବେହେରାଙ୍କ ପୁଅ ଆଶିଷ ବେହେରା (୨୪)ଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। କିନ୍ତୁ ରାତିରେ ସେ ଥାନାରେ କାର୍ୟ୍ୟରତ କର୍ମଚାରୀମାନେ ଶୋଇପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୋଜନା ପ୍ରସ୍ତୁତ କରିଥିଲା। ସେ ଥାନାରୁ ଚାବି ନେଇ ଗେଟ୍‌ ଖୋଲି ଥାନାର ଟାବଲେଟ ଓ ଗୋଟିଏ ମୋବାଇଲ ଧରି ଫେରାର ହୋଇଯାଇଥିବା ବେଳେ ବ୍ରହ୍ମବରଦା ଢିଅସାହି ଗ୍ରାମର ରାଜେନ୍ଦ୍ର ରାଉତଙ୍କ ହୋଣ୍ଡା ବାଇକ୍‌ ଚୋରି କରି ପଳାଇଥିଲା। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook