Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛାତ୍ରୀଙ୍କୁ ବଳାତ୍କାର ଘଟଣା : ୪ ଶିକ୍ଷକ ଓ ଜଣେ ପିଅନ ଗିରଫ

    Share on :
    ajab-Image
    Date: Feb 22, 2026    Views: 3207

    କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଘଟିଥିବା ୭ମ ଶ୍ରେଣୀ ଛାତ୍ରୀ ବଳାତ୍କାର ଘଟଣାରେ ରାଜକନିକା ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଓଳାଭର ସ୍ଥିତ ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ୱରଞ୍ଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ମିନତୀ ବାଇ (୩୪) ଓ ପିଅନ ରଶ୍ମିରଞ୍ଜନ ରଣା (୩୨)। ଅଭିଯୁକ୍ତ ଶିକ୍ଷକମାନଙ୍କୁ ପୁଲିସ ଜେରା କରିବା ବେଳେ ଜାଣିବାକୁ ପାଇଛି ଯେ ଏମାନେ ଗତ ୪ ବର୍ଷ ଧରି ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ। ଏ ନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଜଣାଇଥିଲେ। ହେଲେ ସ୍କୁଲ ପ୍ରିନ୍‌ସିପାଲ ଏହାକୁ ଗୁରୁତ୍ୱ ଦେଉ ନଥିଲେ। ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଧମକ ଦେଉଥିଲେ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ। ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ। ଫଳରେ ଛାତ୍ରୀ ଜଣକ ନିରବ ରହୁଥିଲେ ବୋଲି ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି। ଏହି ଘଟଣା ପ୍ରଘଟ ହେବା ପରେ ଶନିବାର କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପୁଲିସ ମୁଖ୍ୟାଳୟ ଡିଏସ୍‌ପି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏସ୍‌ପି କହିଛନ୍ତି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଓ ଜଣେ ପିଅନ ବଳାତ୍କାର କରିବା ଏବଂ ଏଥିରେ ଜଣେ ଶିକ୍ଷୟିତ୍ରୀ ସହଯୋଗ କରିବା ଏକ ଜଘନ୍ୟ ଅପରାଧ।

    ଅଭିଯୁକ୍ତମାନଙ୍କ ବିରୋଧରେ ରାଜକନିକା ଥାନା କେସ ନଂ. ୫୪/୨୦୨୬ ଭାରତୀୟ ନ୍ୟାୟ ସଂହିତାର ଦଫା ୬୫(୨), ୭୦(୨), ୬୦, ୪୯, ୩୫୧(୨) (୩), ୩(୫), ୪ ଓ ୬ ପୋକ୍ସ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୁଲିସ ତଦନ୍ତ କରୁଛି। ଏହି ମାମଲାରେ ଆଉ କାହାରି ସମ୍ପୃକ୍ତି ଆସିଲେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook