ମୁଖ୍ୟ ଖବର
କଟକ: କଟକ ରିଙ୍କୁ ଜେନା ହତ୍ୟା ଘଟଣାର ପର୍ଦ୍ଦାଫାସ୍ ହୋଇଛି। କଟକ ଡିସିପି କହିଛନ୍ତି ଏହି ଘଟଣାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଥଟାମଜା ଓ ପରେ ଆରୋପ ପ୍ରତ୍ୟାରୋପରୁ ସୌମ୍ୟରଞ୍ଜନ ଓରଫ୍ ରିଙ୍କୁଙ୍କୁ ଗୁଳିମାଡ଼ ହୋଇଥିଲା। ଗୁଳିକାଣ୍ଡ ପରେ ତୁରନ୍ତ ରିଙ୍କୁଙ୍କୁ ହସ୍ପିଟାଲ୍ ନିଆଯାଇନଥିଲା। ଜଣଙ୍କ ମୁଣ୍ଡରେ ଦୋଷ ଲଦି କିପରି ଅନ୍ୟମାନେ ଖସିଯିବେ , ସେ ନେଇ ଯୋଜନା କରିଥିଲେ। ଏଥିପାଇଁ ରିଙ୍କୁ ଙ୍କୁ ହସ୍ପିଟାଲ ନେବାକୁ ବିଳମ୍ବ ହୋଇଥିଲା। ତୁରନ୍ତ ମେଡିକାଲ୍ ପହଞ୍ଚାଇଥିଲେ ହୁଏତ ଫଳ କିଛି ଅଲଗା ହୋଇଥାନ୍ତା। ହୁକୁ ଓରଫ୍ ଉତ୍କଳ କେଶରୀ ପଶୟାତ ଗୁଳି ଚଳାଇଥିଲା। ନାଣ୍ଡୁ ଓରଫ୍ ଅଭିଜିତ ମହାନ୍ତି ଘରୁ ଯାଇ ବନ୍ଧୁକ ଆଣିଥିଲା। ନାଣ୍ଡୁ ଭୁବନେଶ୍ବରର ଏକ ମାମଲାରେ ମଧ୍ୟ ୱାଣ୍ଟେଡ୍ ଥିଲା। ଖାଲି ବନ୍ଧୁକ ଆଣୁଛ, ନାଁ ଫୁଟାଇ ପାରିବ କଥା ଉଠିଥିଲା। ଏହା ପରେ ଦୁଇ ଜଣ ବନ୍ଧୁକ ନେଇ ଗୋଟିଏ ରାଉଣ୍ଡ ଗୁଳି ମାରିଥିଲେ। ସମସ୍ତେ ନିଶା ସେବନ କରିଥିବା ସିସିଟିଭି ଫୁଟେଜ୍ ରୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ପ୍ରେସ କଲୋନୀରେ ସୌମ୍ୟରଂଜନ ନାମକ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିଲା। ସୌମ୍ୟଙ୍କ ଛାତିରେ ବାଜିଛି ଗୁଳି ବାଜିଥିଲା। ପ୍ରେସ କଲୋନୀରେ ଏକ ପରିତ୍ୟକ୍ତ ଘରେ ଭୋଜି ହେଉଥିବା ବେଳେ ସୌମ୍ୟରଞ୍ଜନଙ୍କ ଛାତିକୁ ଗୁଳି ବାଜିଥିଲା। ଗୁରୁତର ହୋଇ ପଡ଼ିଥିବା ସୌମ୍ୟରଞ୍ଜନଙ୍କୁ ଏକ ଘରୋଇ ହସ୍ପିଟାଲକୁ ଏବଂ ପରେ ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି।
Comments ସମସ୍ତ ମତାମତ