Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପତ୍ନୀଙ୍କୁ ହତ୍ୟା କରି ପୂର୍ବତନ ଇସ୍ରୋ କର୍ମଚାରୀ ଗିରଫ

    Share on :
    ajab-Image
    Date: Feb 19, 2026    Views: 2831

    ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଗତ କିଛି ଦିନ ହେବ ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରୁ ପତ୍ନୀଙ୍କ ଶବ ମିଳିବା ପରେ ବୁଧବାର ନାଗେଶଙ୍କୁ ଗିରଫ କରାଯାଇଛି।

    ୬୫ ବର୍ଷୀୟ ନାଗେଶ ଇସ୍ରୋରୁ ଅବସର ପରେ ବେଙ୍ଗାଲୁରୁର ହ୍ବାଇଟଫିଲ୍ଡ ଅଞ୍ଚଳରେ ଭର୍ଚୁଓସୋ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ନିଜ ପତ୍ନୀ ସନ୍ଧ୍ୟାଶ୍ରୀଙ୍କ ସହ ରହୁଥିଲେ। ୧୮ ଫେବୃଆରୀ ସକାଳେ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ପତ୍ନୀଙ୍କୁ ହତ୍ୟା କରି ନାଗେଶ ନିଜ ଘରେ ହିଁ ଥିଲେ। ସେ ଫେରାର ହେବାକୁ ଚେଷ୍ଟା କରିନଥିବା ପୁଲିସ ସୂଚନା ଦେଇଛି। ପଚରାଉଚରା ସମୟରେ ସେ ହତ୍ୟା କରିଥିବା ସ୍ବୀକାର ମଧ୍ୟ କରିଛନ୍ତି। ଉଭୟଙ୍କ କନ୍ୟା ଆମେରିକାରେ ରହନ୍ତି। ପୁଲିସ ତାଙ୍କୁ ଏ ବାବଦରେ ସୂଚନା ଦେବା ସହ ହତ୍ୟା ମାମଲା ରୁଜୁ କରି ଆଗାମୀ ଯାଞ୍ଚ କରୁଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook