Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚୌଦ୍ବାର ଜେଲରୁ ଫେରାର କଏଦୀ ମଥୁରାରୁ ଗିରଫ

    Share on :
    ajab-Image
    Date: Feb 15, 2026    Views: 2922

    ଭୁବନେଶ୍ଵର : ଚୌଦ୍ବାରା ଜେଲରୁ ଫେରାର ହେଲା। ପୁଲିସକୁ ଚକମା ଦେବା ପାଇଁ ବେଶ ବଦଳାଇଲା। ନାଁ ବି ବଦଳାଇଥଲା। ମଥରୁାରେ ଯାଇ ଗେଷ୍ଟ ହାଉସରେ କାମ କରୁଥିଲା। ଶେଷରେ ପୁଲିସ ହାତରେ ଶେଷରେ ଧରା ପଡ଼ିଛି ଚୌଦ୍ଵାର ଜେଲରୁ ଫେରାର କଏଦୀ । ଫେରାର କଏଦୀ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି କମିଶନରେଟ ପୁଲିସ । ବୃନ୍ଦାବନର ମଥୁରାରୁ ତାକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସେଠାରେ ଏକ ଗେଷ୍ଟ ହାଉସରେ ନାଁ ବଦଳାଇ କାମ କରୁଥିଲା ମଧୁକାନ୍ତ । ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ।

    ମଧୁକାନ୍ତ ତାର ସହଯୋଗୀ ରାଜା ସାହାଣୀ ସହିତ ଚୌଦ୍ବାର ଜେଲ ପାଚେରୀ ଡେଇଁ ଗତ ଅକ୍ଟୋବର ୨ ତାରିଖ ରାତିରେ ଫେରାର ହୋଇଯାଇଥିଲା । ମଧୁକାନ୍ତ ମଥୁରା ଯାଇ ନିଜର ନାଁମ ବଦଳାଇ ବାସୁ ପାଣ୍ଡେ ବୋଲି ପରିଚୟ ଦେଇଥିଲା। ଏପରକି ବେଶ ମଧ୍ୟ ବଦଳାଇଥିଲା।

    ସୂଚନାଯୋଗ୍ୟ, ୨୦୨୪ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲା ପାଣିକୋଇଲି ଠାରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ସେତେବେଳେ ସାଧାରଣ ଲୋକେ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଘଟଣାସ୍ଥଳରୁ ଧରି ପୋଲିସର ଜିମା ଦେଇଥିଲେ । ଅନ୍ୟ ଦୁଇ ଅଭିଯୁକ୍ତ ବିକାଶ ରାୟ ଓ ଅନ୍ୟଜଣେ ଅଭିଯୁକ୍ତ ରଞ୍ଜିତ ଚୌଧୁରୀକୁ ପୋଲିସ ପରବର୍ତ୍ତୀ ସମୟରେ ଗିରଫ କରି ଜେଲ ପଠାଇ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook