Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୪ ମୁକ-ବଧିର ମହିଳାଙ୍କୁ ଦୁଷ୍କର୍ମ:୧୬ ବର୍ଷ ପରେ ବନ୍ଧା ହେଲା ଯୌନ ପୀପାସୁ

    Share on :
    ajab-Image
    Date: Dec 22, 2025    Views: 3527

    ମୁମ୍ବାଇ : ୨୪ରୁ ଅଧିକ ମୁକ-ବଧିର ମହିଳାଙ୍କୁ ଦୁଷ୍କର୍ମ ମାମଲା। ୧୬ ବର୍ଷ ପରେ ବନ୍ଧା ହେଲା ଯୌନ ପୀପାସୁ। ଅଭିଯୁକ୍ତ ମହେଶ ପାୱାରକୁ ବାନ୍ଧିଲା ମୁମ୍ବାଇ ପୁଲିସ। ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ମହେଶ ପ୍ରାୟ ୨୪ ଜଣ ମୁକ-ବଧିର ମହିଳାଙ୍କୁ ଦୁଷ୍କର୍ମ କରିଛି । ସେ ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ କରି ପୀଡ଼ିତାଙ୍କୁ ବ୍ଲାକମେଲ୍ କରୁଥିଲା । ଅଭିଯୁକ୍ତ ମହେଶକୁ ଗତ ୧୩ ତାରିଖରେ ଗିରଫ କରାଯାଇଥିଲା । ଗତକାଲି ଏହି ମାମଲା ସାମ୍ନାକୁ ଆସିଛି ।

    ପୁଲିସର ସୂଚନା ଅନୁସାରେ, ଜଣେ ପୀଡିତାଙ୍କ ଅଭିଯୋଗ ଆଧାରରେ ମହେଶକୁ ଗିରଫ କରାଯାଇଥିଲା । ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛି । ଏପର୍ୟ୍ୟନ୍ତ ୭ ଜଣ ପୀଡିତା ମହେଶ ବିରୋଧରେ ଅଭିଯୋଗ ଦାୟର କରିସାରିଲେଣି । ଏହି ସଂଖ୍ୟା ୨୪ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ମହେଶ କେବଳ ମୁକ ଓ ବଧିର ମହିଳାଙ୍କୁ ଟାର୍ଗେଟ କରୁଥିଲା । ସେମାନଙ୍କୁ ବଳାତ୍କାର କରିବା ସହ ତାର ଭିଡିଓ ବନାଉଥିଲା । ପରେ ସେହି ଭିଡିଓକୁ ଦେଖାଇ ସେମାନଙ୍କୁ ବ୍ଲାକମେଲ କରି ଟଙ୍କା ଓ ସୁନା ଲୁଟି ନେଉଥିଲା । ଏପରିକି ସେମାନଙ୍କୁ ନଗ୍ନ ଭିଡିଓ କଲ୍ କରିବାକୁ ବାଧ୍ୟ କରୁଥିଲା । ପୀଡିତା ଜଣକ ଏବେ ବିବାହିତ ଓ ସେ ୱେଷ୍ଟର୍ଣ୍ଣ ସବର୍ବରେ ରହୁଛନ୍ତି । ନିକଟରେ ମହେଶ ଦ୍ୱାରା ବଳାତ୍କାର ଓ ବ୍ଲାକମେଲର ଶିକାର ହୋଇ ପୀଡିତାଙ୍କର ଜଣେ ବାନ୍ଧବୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏକଥା ଜାଣିବା ପରେ ପୀଡିତା ଆଉ ଚୁପ୍ ନ ରହି ଗତ ୧୬ ବର୍ଷ ଧରି ସେ ସହି ଆସୁଥିବା ଅତ୍ୟାଚାରକୁ ସାମ୍ନାକୁ ଆଣିଥିଲେ । ସେ ନିଜ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ ।

    ପୀଡିତା କରିଥିବା ଅଭିଯୋଗ ଅନୁସାରେ ୨୦୦୯ ଜୁଲାଇରେ ସେ ନାବାଳିକା ଥିବା ବେଳେ ଜଣେ ବାନ୍ଧବୀଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲେ । ବାନ୍ଧବୀ ଜଣକ ତାଙ୍କୁ ସାନ୍ତାକ୍ରୁଜ (ବକୋଲା)ରେ ରହୁଥିବା ଅଭିଯୁକ୍ତ ମହେଶର ଘରକୁ ନେଇଥିଲେ । ସେଠାରେ ଜନ୍ମଦିନ ପାର୍ଟି ନାମରେ ପୀଡିତାଙ୍କୁ ମହେଶ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲା । ପୀଡିତା ଜଣକ ଅଚେତ ହୋଇଯାଇଥିଲେ । ଏହା ପରେ ବାନ୍ଧବୀ ଜଣକ ସେଠାରୁ ପଳାଇଆସିଥିଲେ । ପରେ ମହେଶ ତାଙ୍କୁ ବଳାତ୍କାର କରିଥିଲା । ଏହାର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲା । ଗତ ୧୬ ବର୍ଷ ଧରି ସେ ପୀଡିତାଙ୍କୁ ଉକ୍ତ ଭିଡିଓ ଦେଖାଇ ବ୍ଲାକମେଲ୍ କରିଆସୁଥିଲା । ପୀଡିତାଙ୍କ ଠାରୁ ଟଙ୍କା, ସୁନା ଆଦି ବହୁଦିନ ଧରି ଲୁଟି ଚାଲିଥିଲା । ଏପରିକି ପୀଡିତାଙ୍କୁ ନଗ୍ନ ଭିଡିଓ କଲ୍ କରିବାବାକୁ ବାଧ୍ୟ କରୁଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook