Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସରିଲା ଲୁଚକାଳି ଖେଳ: ବାବା ଚୈତନ୍ୟାନନ୍ଦ ଗିରଫ

    Share on :
    ajab-Image
    Date: Sep 28, 2025    Views: 5303

    ନୂଆଦିଲ୍ଲୀ: ସରିଲା ୭ ଦିନର ଲୁଚକାଳି ଖେଳ। ଉତ୍ତର ପ୍ରଦେଶ ଆଗ୍ରାରୁ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ଵତୀଙ୍କୁ ଗିରଫ କରାଯାଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ୟାତନା ନେଇ ଅଭିଯୋଗ ଥିଲା । ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚିନୟାମା ନନ୍ଦଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ୟାତନା ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ ୱାର୍ଡେନ ଛାତ୍ରୀମାନଙ୍କୁ ଅଭିଯୁକ୍ତଙ୍କ ସହ ପରିଚୟ କରାଇଥିଲେ । ଅଭିଯୋଗ ହେବା ପରେ ପୁଲିସ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ବାବାଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଥିଲା।
    ସୂଚନା ଅନୁସାରେ ଅଭିଯୁକ୍ତ ବାବାଙ୍କୁ ଧରିବାକୁ ଶେଷ ସ୍ଥାନ ଆଗ୍ରାର ଆଖାପାଖରେ ଚିହ୍ନଟ କରାଯାଇଥିଲା। ୩୨ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ଛାତ୍ରୀ ଯୌନ ନିର୍ୟାତନା ନେଇ ଅଭିଯୋଗ କରିଥିଲେ । ଛାତ୍ରୀ ମାନଙ୍କ କହିବାନୁଯାୟୀ ସେମାନଙ୍କୁ ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟସଆପ୍‍ ମେସେଜ୍‍ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ।  ପୁଲିସ ଏହି ଘଟଣାରେ ସଂପୃକ୍ତଙ୍କ ବାବାଙ୍କ ବିଳାସପୂର୍ଣ୍ଣ କାର ଜବତ କରିଥିଲା। ଯେଉଁଥିରେ ଅଭିଯୁକ୍ତ ଅପରେଟର ଏକ ନକଲି ଜାତିସଂଘ ଦୂତାବାସ ନମ୍ବର ପ୍ଲେଟ୍‍ ଲଗାଇଥିଲେ । ୭ ଦିନ ଲୁଚକାଳି ଖେଳ ପରେ ଉତ୍ତର ପ୍ରଦେଶ ଆଗ୍ରାରୁ ବାବା ଚୈତନ୍ୟାନନ୍ଦ ସରସ୍ଵତୀଙ୍କୁ ଗିରଫ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook