Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗିରଫ ହେଲେ ଆଉ ଜଣେ ପିଇଓ

    Share on :
    ajab-Image
    Date: Mar 22, 2025    Views: 3027

    ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ (ପିଇଓ)। ଥୁଆମୁଳ-ରାମପୁର ବକ୍ଲ ପିଇଓ ଦେବାନନ୍ଦ ସାଗରକୁ ଆଜି ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସରକାରୀ ଅର୍ଥକୁ କ୍ରିକେଟ ବେଟିଂରେ ଦେବାନନ୍ଦ ଲଗାଉଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଦେବାନନ୍ଦଙ୍କ ବିରୁଦ୍ଧରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ ଆସିଛି।

    ସେହପରି, ଗତକାଲି ରାତାରାତି କୋଟିପତି ହେବାର ନିଶାରେ ଜଣେ ପିଇଓ ଭିଜିଲାନ୍ସ ଜାଲରେ ପଡିଥିଲେ। ପଞ୍ଚାୟତର ୪୩ଲକ୍ଷ ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍‌ ବେଟିଂ କରିବା ଅଭିଯୋଗରେ ଭିଜିଲାନ୍ସ  ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକ। ସରପଞ୍ଚଙ୍କ ଜାଲ ଦସ୍ତଖତରେ ସେ ଏହି ଟଙ୍କା ଉଠାଇବା ପରେ ଅନ୍‌ଲାଇନ୍‌ ଗେମିଂ ଓ ବେଟିଂ ଆପରେ ନିବେଶ କରୁଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ପ୍ରଦୀପ ପ୍ରଧାନ ଏହି ସୂଚନା ଦେଇଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook