Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଗିରଫ

    Share on :
    ajab-Image
    Date: Aug 6, 2022    Views: 2867

    ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଥିବାର ଖବର ମିଳିଛି। ଆଜି ଚର୍ଚ୍ଚିତଙ୍କୁ ସିବିଆଇ ଗିରଫ କରିଛି। ଭୋର ୪ଟା ସମୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ। ଚର୍ଚ୍ଚିତ ସିବିଆଇର ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ମେଡିକାଲ ଟେଷ୍ଟ ପରେ ସିବିଆଇ ଅଫିସକୁ ଫେରିବା ପରେ ଚର୍ଚ୍ଚିତଙ୍କୁ ଗିରଫ କରିଛି ସିବିଆଇ। ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଏଯାବତ୍ ମୋଟ ୫ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ।
    ସୂଚନାଯୋଗ୍ୟ ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ୟ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି। ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଏଯାବତ୍ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି। ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook