Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଗୁଆ ଜାମିନ ଆବେଦନ କଲେ ଅର୍ପିତା ଚୌଧୁରୀ

    Share on :
    ajab-Image
    Date: Dec 31, 2025    Views: 3187

    କଟକ:ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଅନୁରୂପ ଭାବେ ସଙ୍ଗୀତକାର ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସୂଚନାନୁସାରେ, ଗତ କିଛି ଦିନ ତଳେ ହ୍ୟୁମାନ ସାଗରଙ୍କ ମା’ ଶେଫାଳୀ ସୁନା ତାଙ୍କ ପୁଅ ମୃତ୍ୟୁକୁ ନେଇ ମର୍କତନଗର ଥାନାରେ ୯ଜଣଙ୍କ ନାମରେ ଏତଲା ଦେଇଥିଲେ। ଉକ୍ତ ଏତଲାରେ ଗତ ୩ରୁ ୪ ବର୍ଷ ମଧ୍ୟରେ ହ୍ୟୁମାନଙ୍କ ନିକଟତର ହୋଇଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଥିଲେ। ହ୍ୟୁମାନଙ୍କ ସ୍ତ୍ରୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର ସଦସ୍ୟ, ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ସୋମେଶ ଶତପଥୀ, ଦିନେଶ ବେହେରା, ମହମ୍ମଦ ଅବିତ(ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଏତଲାରେ ଦର୍ଶାଇଥିଲେ। ଏଥିସହ ଅର୍ପିତା ନିକଟରେ ଅଧିଗ୍ରହଣ କରିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଅର୍ପିତାଙ୍କ ସହିତ ସୋମେଶଙ୍କ ସମ୍ପର୍କ, ଭୁବନେଶ୍ବରରେ ଥିବା ଅଡିଓ ଷ୍ଟୁଡିଓର ଆର୍ଥିକ କାରବାର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଏସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ସହିତ ପ୍ରମାଣ ନଷ୍ଟ ହେବା ପୂର୍ବରୁ ଏହାକୁ ରୋକିବାକୁ ହ୍ୟୁମାନଙ୍କ ମା’ ଶେଫାଳି ଏତଲାରେ ଉଲ୍ଲେଖ କରିଥିଲେ। ସେ ଏତଲାର ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ପଠାଇଥିଲେ। ତେବେ ପୋଲିସ ତାଙ୍କ ଏତଲାକ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ସମୟରେ ସମ୍ଭାବ୍ୟ ଗିରଫଦାରିକୁ ଏଡାଇବା ପାଇଁ ଅର୍ପିତା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook