ମୁଖ୍ୟ ଖବର
ନୂଆଦିଲ୍ଲୀ,: ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆତଙ୍କବାଦୀଙ୍କୁ ସମର୍ଥନ ଓ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଗତକାଲିଠୁ ସମରାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଛି। ଭାରତ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହିତ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ରାଫେଲ ଅଭ୍ୟାସ କରିଛି।
ଇତିମଧ୍ୟରେ ସୀମାରେ ସାମରିକ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ଶ୍ରୀନଗର ଯାଉଛନ୍ତି। ସେଠାରେ ସେ ସାମରିକ କମାଣ୍ଡରମାନଙ୍କ ସହିତ ବୈଠକ କରି ପରିସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।
ସେପଟେ ଅମୃତସରର ଅଟାରୀ ସୀମାରେ ଗୁରୁବାର ‘ରିଟ୍ରିଟ ସେରିମନି’ ହୋଇନାହିଁ। ଏହି ସମୟରେ ଦୁଇ ଭାରତ ଏବଂ ପାକିସ୍ତାନର ଫାଟକ ଖୋଲି ନ ଥିଲା। ଫାଟ୍କ ବନ୍ଦ କରି ଉଭୟ ଦେଶ ଧ୍ବଜାବତରଣ କରିଥିଲେ। ଏହା ସହିତ ବିଏସଏଫ୍ ଯବାନ ପାକିସ୍ତାନ ରେଞ୍ଜର୍ସଙ୍କ ସହ ହାତ ମଧ୍ୟ ମିଶାଇ ନ ଥିଲେ।
Comments ସମସ୍ତ ମତାମତ