Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେ'ମାସରେ ସରୁଛି ସେନାର ୩ ମୁଖ୍ୟଙ୍କ କାର୍ୟ୍ୟକାଳ

    Share on :
    ajab-Image
    Date: Mar 22, 2026    Views: 2722

    ନୂଆଦିଲ୍ଲୀ:ଦେଶରେ ଶୀର୍ଷ ସୈନ୍ୟ ନେତୃତ୍ୱରେ  ଆଗାମୀ ୩ ମାସ  ମଧ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଆରମ୍ଭରେ ପ୍ରଥମେ ନୂଆ ସିଡିଏସ୍ ନିଯୁକ୍ତ ହେବେ । ଏବେ ସିଡିଏସ ଥିବା ଜେନରାଲ ଅନିଲ ଚୌହାନଙ୍କ କାର୍ୟ୍ୟକାଳ ମେ'ମାସ ୩୦ ତାରିଖରେ ସମାପ୍ତ ହେବାକୁ ଯାଉଛି । ସରକାର ଏପ୍ରିଲ ମାସରେ ନୂଆ ସିଡିଏସଙ୍କ ନାମ ଉପରେ ନିଷ୍ପତ୍ତି ନେବେ । ସିଡିଏସଙ୍କ ବ୍ୟତୀତ ସେନା ପ୍ରମୁଖ, ନୌସେନା ପ୍ରମୁଖ, ଡିଆରଡିଓ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ଉପରେ ପରିବର୍ତ୍ତନ କରାଯିବ ।

    ସିଡିଏସ ଜେନରାଲ ଅନିଲ ଚୌହାନଙ୍କ ବିସ୍ତାରିତ କାର୍ୟ୍ୟକାଳ ମେ' ୩୦ ତାରିଖରେ ଶେଷ ହେବ । ସେ ଦେଶର ଦ୍ୱିତୀୟ ସିଡିଏସ ଓ ତାଙ୍କ କାର୍ୟ୍ୟକାଳ ୪ ବର୍ଷ । ମେ'୧୫ ୧୯୬୪ ମସିହାରେ ଜନ୍ମ ହୋଇଥିବା ନୌସେନା ମୁଖଶ ଏଡମିରଲ ଦିନେଶ କୁମାର ତ୍ରିପାଠୀ ବି ମେ'ମାସ ଶେଷ ସୁଦ୍ଧା ୬୨ ବର୍ଷ ପୂରଣ କରୁଛନ୍ତି । ସେହିଭଳି ୧ ଜୁଲାଇ ୧୯୬୪ ରେ ଜନ୍ମିତ ସେନା ପ୍ରମୁଖ ଜେନରାଲ ଉପେନ୍ଦ୍ର ଦ୍ୱିବେଦୀ ଜୁନ ୩୦ ତାରିଖରେ ୬୨ ବର୍ଷ ଅତିକ୍ରମ କରୁଛନ୍ତି । 

    ସେପଟେ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ର ଅଧ୍ୟକ୍ଷ ଡକ୍ଟର ସମୀର କାମତଙ୍କ କାର୍ୟ୍ୟକାଳ ବି ମେ' ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି । ହେଲେ ବାୟୁସେନା ପ୍ରମୁଖ ଏପି ସିଂ ଓ ରକ୍ଷା ସଚିବ ରାଜେଶ କୁମାର ସିଂଙ୍କ ପାଖରେ ଏବେ ବି ସମୟ ରହିଛି । ଏହି ଦୁଇଜଣଙ୍କ କାର୍ୟ୍ୟକାଳ ଚଳିତ ବର୍ଷ ଅକ୍ଟୋବର ମାସରେ ଶେଷ ହେବ । ରକ୍ଷା ମନ୍ତ୍ରଣାଳୟର ସଂଶୋଧିତ ନିୟମ ମୁତାବକ ନୂଆ ସିଡିଏସଙ୍କ ଚୟନ ପ୍ରକ୍ରିୟା ବ୍ୟାପକ ଅଟେ । ତିନି ସେନାର ଏଭଳି ଥ୍ରି ଷ୍ଟାର ଅଧିକାରୀ (ଲେଫ୍ଟନାଣ୍ଟ ଜେନରାଲ, ଏୟାର ମାର୍ଶଲ, ଭାଇସ୍ ଏଡମିରାଲ) ଯେଉଁମାନେ ସେବାରତ ଅଛନ୍ତି କିମ୍ବା ଦୁଇବର୍ଷ ମଧ୍ୟରେ ଅବସର ନେଇଛନ୍ତି, ସେମାନଙ୍କୁ ଗୁରୁତ୍ୱ ଦିଆଯିବ । ହେଲେ ଚୟନ ସମୟରେ ସେମାନଙ୍କ ବୟସ ୬୨ ବର୍ଷରୁ କମ୍ ହୋଇନଥିବା ଦରକାର ।  ଏନେଇ ସରକାରଙ୍କ ପାଖରେ ଏବେ ୧୫୦ ରୁ ଅଧିକ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି । ସେହିମାନଙ୍କ ମଧ୍ୟରୁ ନୂଆ ସିଡିଏସ୍ ଚୟନ ହୋଇପାରନ୍ତି । କ୍ୟାବିନେଟର ନିଯୁକ୍ତି କମିଟି ଏପ୍ରିଲ ଶେଷରେ ସିଡିଏସଙ୍କ ନାମରେ ମୋହର ଲଗାଇବାର ସମ୍ଭାବନା ରହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook