Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆର୍ଜେଣ୍ଟିନାର ନୂତନ ରାଷ୍ଚ୍ରପତି ହେଲେ ଜାଭିଅର ମିଲେଇ

    Share on :
    ajab-Image
    Date: Nov 20, 2023    Views: 3921

    ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଚ୍ରପତି ହେବେ ଜାଭିଅର ମିଲେଇ । ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଅସ୍ଥାୟୀ ଫଳାଫଳ ଅନୁସାରେ ଉଦାରବାଦୀ ସ୍ୱାଧୀନତା ସଂଗ୍ରାମୀ ଜାଭିୟର୍ ମିଲି ଆର୍ଜେଣ୍ଟିନାର ରାଷ୍ଟ୍ରପତି ରନ୍ ଅଫ୍ ପୋଲରେ ବାଜିମାତ କରିଥିବା ଜଣାପଡିଛି । ମିଲେଇଙ୍କ ସପକ୍ଷରେ ପାଖାପାଖି ୫୬ ପ୍ରତିଶତ ଭୋଟ ଆସିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସର୍ଜିଓ ମାସାଙ୍କୁ ମିଳିଛି ପାଖାପାଖି ୪୪ ପ୍ରତିଶତ ଭୋଟ । ତେବେ ଅଭିଭାଷଣ ବେଳେ ଏନେଇ ସୂଚନା ଦେଇଛନ୍ତି ପେରୋନିଷ୍ଟ ଅର୍ଥମନ୍ତ୍ରୀ ସର୍ଜିଓ ମାସା ।

    ତେବେ ବର୍ତ୍ତମାନ ସ୍ଥିତିରେ ଆର୍ଜେଣ୍ଟିନା ମୁଦ୍ରାସ୍ଫୀତି ବୃଦ୍ଧି, ଆର୍ଥିକ ସଙ୍କଟ ଓ ଦାରିଦ୍ରତା ମଧ୍ୟରେ ଗତି କରୁଥିବା ବେଳେ ଏହାର ମୁକାବିଲା ପାଇଁ ନବନିର୍ବାଚିତ ରାଷ୍ଟ୍ରପତି ଜାଭିଅରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସାଧାରଣ ନାଗରିକ । ଦେଶରେ ଚାଲିଥିବା ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ଜାଭିଅରଙ୍କ ପାଇଁ ବଡ ଚାଲେଞ୍ଜ ଅଟେ ।
    ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନରେ ଜାଭିୟର୍ ମିଲି ଓ ସର୍ଜିଓ ମାସା ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଅନ୍ୟପଟେ ରାଷ୍ଟ୍ରପତି ଭାବେ ଜାଭିଅର ମିଲିଙ୍କ ନାଁ ଘୋଷଣା ହେବା ପରେ ଆର୍ଜେଣ୍ଟିନାରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଥିଲା । ଡାଉନ ଟାଉନ ବୁଏନସ ଆରେସରେ ମିଲେଇଙ୍କ ଶତାଧିକ ସମର୍ଥକ ବାଣ ଫୁଟାଇ, ପାରମ୍ପରିକ ବାଦ୍ୟ ବଜାଇ ସେଲିବ୍ରେସନ କରିଥିଲେ ।
    ତେବେ ନିର୍ବାଚନ ପୂର୍ବରୁ ମିଲେଇ ଆର୍ଜେଷ୍ଟିନାର ଆର୍ଥିକ ସ୍ଥିତିରେ ସୁଧାର ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ଯୋଜନାଗୁଡ଼ିକ ହେଉଛି କେନ୍ଦ୍ରୀୟ ବ୍ୟାଙ୍କ ବନ୍ଦ କରିବା, ଖର୍ଚ୍ଚ ହ୍ରାସ କରିବା, ଆର୍ଥନୈତିର ସୁଦୃଢ଼ତା ପାଇଁ କିଛି କଡା ସଂସ୍କାର ଆଣିବା ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook