Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ଅଭିଯୁକ୍ତ ଗିରଫ

    Share on :
    ajab-Image
    Date: Feb 28, 2026    Views: 2920

    ଅନୁଗୋଳ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘର ନିକଟସ୍ଥ କ୍ଷେତକୁ ଯାଇଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅନୁଗୋଳ ଜିଲ୍ଲା NTPC ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
    ଅନୁଗୋଳ SP ରାହୁଲ ଜୈନଙ୍କ କହିବା ଅନୁସାରେ, ଗତ 26 ତାରିଖରେ ଅନୁଗୋଳ NTPC ଥାନା ଅଞ୍ଚଳର ଜଣେ 12 ବର୍ଷିୟା ନାବାଳିକା ତାଙ୍କ ଘର ନିକଟସ୍ଥ କ୍ଷେତକୁ ଯାଇଥିଲେ । ସେଠାରୁ ଘରକୁ ନଫେରିବାରୁ ପରିବାର ଲୋକ NTPC ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ନିଖୋଜ ରିପୋର୍ଟ ପାଇବା ପରେ, NTPC ପୋଲିସ ତୁରନ୍ତ କେସ ନମ୍ବର. 44/2026ରେ FIR ପଞ୍ଜିକୃତ କରିଥିଲା ​​। ଏନେଇ ତାଳଚେର ଏସଡିପିଓ ଏବଂ ସ୍ଥାନୀୟ ଥାନା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଏକାଧିକ ସନ୍ଧାନ ଟିମ୍‌ ଗଠନ କରାଯାଇଥିଲା ।
    ଘଟଣା ଦିନ ସାରା ରାତି ପୋଲିସ ନିକଟସ୍ଥ କ୍ଷେତ, ଜଙ୍ଗଲ ଅଞ୍ଚଳ ଏବଂ ଜଳାଶୟଗୁଡ଼ିକୁ ଭଲ ଭାବରେ ଖୋଜିଥିଲା । ପରେ 27 ତାରିଖ ସକାଳେ, ଘଞ୍ଚ ବୁଦା ମୂଳରୁ ନାବାଳିକାଙ୍କ ମୃତଦେହ ଠାବ କରାଯାଇଥିଲା । ଅନୁଗୋଳର ପୋଲିସ ଅଧିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ତଦାରଖ କରିଥିଲେ । ଅଧିକ ତଦନ୍ତପାଇଁ ଅତିରିକ୍ତ SP ସମୀର ପଣ୍ଡା, ତାଳଚେର SDPO ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍‌ ଟିମ୍‌ ସହ K9 ସ୍କ୍ୱାଡ୍ ଦ୍ବାରା ଘଟଣାସ୍ଥଳ ଯାଞ୍ଚ କରାଯାଇଥିଲା । ଅଭିଯୁକ୍ତକୁ ଧରିବା ପାଇଁ ଆଉ ଏକ ଦଳ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।
    ସେପଟେ ମୃତଦେହ ଉଦ୍ଧାର ହେବାର 24 ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ମୃତ ନାବାଳିକାଙ୍କ ଗାଁର ଅଭିମନ୍ୟୁ ନାଏକଙ୍କ ପୁଅ ଆଶିଷ ନାଏକ (20) । ସେ ନାବାଳିକାଙ୍କୁ ହତ୍ୟା କରିବା ପରେ ଫୋନ ସ୍ବିଚ୍‌ ଅଫ କରି ଫେରାର ହୋଇଯାଇଥିଲା ।ଅନୁଗୋଳ SP ରାହୁଲ ଜୈନ କହିଛନ୍ତି, "ନାବାଳିକା ଜଣଙ୍କ ଶାଗ ତୋଳାବା ପାଇଁ କ୍ଷେତକୁ ଯାଇଥିଲା । ଅଭିଯୁକ୍ତ ଜଣଙ୍କ ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା । ନାବାଳିକା ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ହତ୍ୟା କରି ଫୋରାର ହୋଇଯାଇଥିଲା ।"ଏହି ମାମଲାକୁ ଏକ SR (ସ୍ପେଶାଲ୍ ରିପୋର୍ଟ)ମାମଲା ଭାବରେ ବିଚାର କରାଯାଇଛି । IUCAWର DSP, ଯୋଗେଶ୍ୱରୀ ବେହେରାଙ୍କୁ ଏକ ପୁଙ୍ଖାନୁପୁଙ୍ଖ ଏବଂ ସମୟସୀମା ମଧ୍ୟରେ ତଦନ୍ତ ପାଇଁ ନ୍ୟସ୍ତ କରାଯାଇଛି । ଅନୁଗୋଳ SP ରାହୁଲ ଜୈନ ମାମଲାର ତଦନ୍ତ ତଦାରଖ କରୁଛନ୍ତି । ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ଫୋରେନସିକ୍ ପରୀକ୍ଷା ସମେତ ସମସ୍ତ ଆଇନଗତ ପ୍ରକ୍ରିୟା ଆଇନ ଅନୁଯାୟୀ କରାଯାଉଛି । ଆଇନର ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook