Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନୂଆ ଚ୍ୟାନେଲ ନେଇ ସଂକେତ ଦେଲେ ଅର୍ଦ୍ଧେନ୍ଦୁ, ଖୁବ ଶୀଘ୍ର ଆସୁଛି

    Share on :
    ajab-Image
    Date: Apr 26, 2020    Views: 45014

    ଭୁବନେଶ୍ୱର : ନ୍ୟୁଜ 7 ଛାଡ଼ିବା ପରେ କୁଆଡେ ଯିବେ ଅର୍ଦ୍ଧେନ୍ଦୁ ଦାସ? ସାମ୍ବାଦିକତା ଲାଇନରେ ରହିବେ ନା ରାଜନୀତି କରିବେ ? ତାଙ୍କର ହଜାର ହଜାର ସମର୍ଥକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଥିଲା ! ହେଲେ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅର୍ଦ୍ଧେନ୍ଦୁ ! ଆଜି ହେଉଛି ଅକ୍ଷୟ ତୃତୀୟା ! ଆଜି ହିଁ ନୂଆ ଚ୍ୟାନେଲର ମୂଳଦୁଆ ପଡ଼ିବାର ଯୋଜନା ଥିଲା ! ହେଲେ କରୋନା ପାଇଁ ସବୁ ଅଟକିଗଲା ! ତେବେ ସ୍ଥିତି ସ୍ୱାଭାବିକ ହେବା ପରେ ନୂଆ ଚ୍ୟାନେଲ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି ! ଲକ ଡାଉନ ହଟିବା ପରେ ପରେ ଆରମ୍ଭ ହୋଇଯିବ ପ୍ରସ୍ତୁତି ! ମେଡିଆରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସେ ! ଏହି ନୂଆ ଚ୍ୟାନେଲ ଏକ ଭିନ୍ନ ସ୍ୱାଦର ହେବ ! ରାଜନୈତିକ ପ୍ରଭାବ ମୁକ୍ତ ହୋଇ ଦର୍ଶକଙ୍କ ପ୍ରିୟଭାଜନ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ! ନୂଆ କାମ, ନୂଆ ସ୍ବପ୍ନ ସମ୍ପର୍କରେ ପରୋକ୍ଷରେ ସୂଚନା ଦେଇଛନ୍ତି ଅର୍ଦ୍ଧେନ୍ଦୁ ! ନିଜ ଫେସବୁକରେ ସେ ପୋଷ୍ଟ କରିଛନ୍ତି ଯେ, ଜନ୍ମଦିନରେ ଶୁଭେଚ୍ଛା, ଭଲ ପାଇବା, ଆଶୀର୍ବାଦ ଅଜାଡ଼ିଥିବା ସମସ୍ତଙ୍କୁ ମୋର ବିନମ୍ର କୃତଜ୍ଞତା | ଆପଣମାନେ ସୁସ୍ଥ ଥା'ନ୍ତୁ, ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା | ଜନ୍ମଦିନ ଓ ଶୁଭେଚ୍ଛା ଭିତରେ ଜୀବନ, ଜୀବନ ଯୁଦ୍ଧ, ଜୀବନର ପରୀକ୍ଷା କଥା ହିଁ ଭାବୁଛି | ସାମ୍ବାଦିକତା ବୃତ୍ତି ଆରମ୍ଭରୁ ଏ ଯାଏଁ 'ପରୀକ୍ଷା' ମଧ୍ୟରେ ହିଁ ଜୀବନ ଚାଲିଛି | ଦୀର୍ଘ ବର୍ଷ ତଳୁ 'ଲୋକଙ୍କ ପାଇଁ' ମନ୍ତ୍ରରୁ ଆରମ୍ଭ ହୋଇଥିଲା ପରୀକ୍ଷା | ପୂର୍ବ କର୍ମସଂସ୍ଥାନରେ 'ଲୋକଙ୍କ ପାଇଁ' ମନ୍ତ୍ରକୁ ସଠିକ କାର୍ଯ୍ୟକାରୀ କରିଥିବା ଆଶା କରୁଛି | ତଥାପି ଗୁଡ଼ାଏ କାମ ବାକି ରହିଛି | ବୃତ୍ତିରେ ଥାଇ ଲୋକଙ୍କ ପାଇଁ ଆହୁରି ପରୀକ୍ଷା ଦେବାର ଅଛି | ଆଗାମୀ ଦିନରେ ଏହି ମନ୍ତ୍ରକୁ ନେଇ ଆଉ ଗୋଟେ 'ବଡ଼ ପରୀକ୍ଷା' ହେବାର ଅଛି | ସବୁ ପରୀକ୍ଷାକୁ ନିର୍ଣ୍ଣାୟକ ଭାବି ଲଢେଇ କରେ | ଆଗାମୀ ପରୀକ୍ଷା ବି ଠିକ୍ ସେମିତି ନିର୍ଣ୍ଣାୟକ ହେବ | ଆଗାମୀ ଦିନର ଏହି 'ବଡ଼ ପରୀକ୍ଷା'ରେ ଲୋକେ ମୋ ସହିତ ରୁହନ୍ତୁ ଏହି କାମନା କରିବି |

    Maximum 500 characters

    ତାଜା ଖବର View all

    Find Us on Facebook