Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଇଡିରେ ବିଜେଡି ବିଧାୟକଙ୍କ ଭାଇ

    Share on :
    ajab-Image
    Date: Nov 24, 2022    Views: 3015

    ଭୁବନେଶ୍ବର : ଇଡିରେ ହାଜର ହେଲେ କାର୍‌ ସୋରୁମ୍‌ ମାଲିକ । ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛି କାର୍‌ ସୋରୁମ୍‌ ମାଲିକ ତଥା ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ।  ଢେଙ୍କାନାଳ ବିଧାୟକ ଶ୍ରୀ ସାମଲଙ୍କ ଭାଇ ଗଙ୍ଗାଧର ଜଣେ କାର ସୋ’ରୁମର ମାଲିକ  । ସେ ଅର୍ଚ୍ଚନା ନାଗଙ୍କ ସହ ୩୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିଥିବା ସୂଚନା ମିଳିଛି । ଗୁରୁବାର ଦିନ ଇଡିରା ହାଜର ହେବା ପାଇଁ ନୋଟିସ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

    ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍‌ଫେର୍‌ ମାମଲାର ଖୋଲତାଡ଼ କରୁଛି ଇଡି । ଏହିକ୍ରମରେ ଅନେକ ଲୋକଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା । ପର୍ୟ୍ୟାୟକ୍ରମେ ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ହାଜର ହୋଇସାରିଛନ୍ତି । ଏପଟେ ଗୁରୁବାର ଇଡିରେ ଦିନ କଟକ ପ୍ରତାପନଗରୀଠାରେ ଥିବା ଦାମୀ କାର୍ ସୋରୁମର ମାଲିକଙ୍କୁ ନୋଟିସ୍ କରିଥିଲା । ସେହି କାର୍‌ ସୋରୁମ୍‌ ମାଲିକ ଗୁରୁବାର ଦିନ ଇଡି ଅଫିସରେ ହାଜର ହୋଇଛନ୍ତି । କାର୍‌ ସୋରୁମ୍‌ ମାଲିକଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଛି ଲକ୍ଷାଧିକ ଟଙ୍କା । କେଉଁ ଆଧାରରେ ଏତେ ଟଙ୍କା ଯାଇଛି । ସେନେଇ ଖୋଲତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

    Maximum 500 characters

    ତାଜା ଖବର View all

    Find Us on Facebook