Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅର୍ଚ୍ଚନାକୁ ୭ଲକ୍ଷ ଦେଇଥିଲେ ଅମୀୟ ଦାସ

    Share on :
    ajab-Image
    Date: Nov 23, 2022    Views: 3445

    ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ବ୍ୟବସାୟୀ ଅମୀୟ ଦାସଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନଙ୍କ ପକ୍ଷରୁ ଜେରା କରାଯାଇଛି। ୮ଘଣ୍ଟା ଜେରା ପରେ ପ୍ରବର୍ତ୍ତନ ନିର୍ଦେଶାଳୟରୁ ବାହାରିଲେ ଅମୀୟ ଦାସ। ଅର୍ଚ୍ଚନା ନାଗଙ୍କୁ ୭ଲକ୍ଷ ଟଙ୍କା ଦେଇଥିବା ନେଇ ଗଣମାଧ୍ୟମ ଆଗରେ ଅମୀୟ ଦାସ ମାନିନେଇଥିଲେ। ଫେସବୁକରୁ ଅର୍ଚ୍ଚନାଙ୍କ ସହ ଅମୀୟଙ୍କ ପରିଚୟ ହୋଇଥିଲା। ଅର୍ଚ୍ଚନା ନାଗଙ୍କ ବ୍ଲାକମେଲି ପ୍ରସଙ୍ଗରେ ଅମୀୟ ଦାସଙ୍କୁ ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀ। ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଫେସବୁକରୁ ପରିଚୟ ହେବା ପରେ ବ୍ୟବସାୟୀ ଅମୀୟ ଦାସ ୭ଲକ୍ଷ ଟଙ୍କା ଦେଇଥିବା ମାନିିଯିବା ପରେ ଅର୍ଚ୍ଚନାଙ୍କ ସମ୍ପର୍କ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ସହ ଗଢ଼ି ଉଠିଥିବା ସ୍ପଷ୍ଟ ହୋଇଯାଇଛି। ଏହାପରେ ପର୍ୟ୍ୟାୟକ୍ରମେ ପ୍ରାୟ ୧୨ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ଜେରା କରିବା ନେଇ ସୂଚନା ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook