Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅର୍ଚ୍ଚନାଙ୍କୁ ଜଗବନ୍ଧୁଙ୍କ ମରଣାନ୍ତ୍ରକ ଆକ୍ରମଣ

    Share on :
    ajab-Image
    Date: Sep 3, 2025    Views: 2826

    ଭୁବନେଶ୍ୱର : ଅଲଗା ହେଲେ କି ଜଗବନ୍ଧୁ-ଅର୍ଚ୍ଚନା । କିଛି ଦିନ ତଳେ ଏପରି ଖବର ଚର୍ଚ୍ଚା ହେଉଥିବା ବେଳେ ସବୁରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଅର୍ଚ୍ଚନା । କହିଥିଲେ କି ଏସବୁ କଥା ମିଛ ଆଉ ମନଗଢା । ହେଲେ ଏବେ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ସ୍ୱାମୀଙ୍କ ନାଁରେ ହତ୍ୟାର ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା  ।

    ଖବର ଅନୁସାରେ, ଜଗବନ୍ଧୁ କୁଆଡେ ରାତି ଅଧରେ ଘରେ ପଶି  ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ଏହାସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ମଞ୍ଚେସ୍ୱର ଥାନାରେ ଅଭିଯୋଗ କରିଥିଲେ ଅର୍ଚ୍ଚନା । ଅଭିଯୋଗ ପରେ ପୋଲିସ ତଦନ୍ତ କରି ଜଗବନ୍ଧୁଙ୍କ ଅଟକ ରଖିଛନ୍ତି । ଏହାସହ ତାଙ୍କୁ ଜେରା ମଧ୍ୟ କରୁଛନ୍ତି । ତେବେ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥି ଲାଗି ଉଭୟ ଅଲଗା ରହୁଥିଲେ । ସୋମବାର ରାତିରେ ଜଗବନ୍ଧୁ ଜୋରଜବରଦସ୍ତ ଘରେ ପ୍ରବେଶ କରିଥିଲେ । ଯାହାକୁ ନେଇ ଏପରି ସ୍ଥିତି ଉପଜୁଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook