Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେନ୍ଦ୍ର ସରକାର ଆରାବଳୀର ସୁରକ୍ଷା ଲାଗି ପ୍ରତିବଦ୍ଧ: କେନ୍ଦ୍ର ମନ୍ତ୍ରୀ

    Share on :
    ajab-Image
    Date: Dec 22, 2025    Views: 3568

    ନୂଆଦିଲ୍ଲୀ : ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ବନ୍ଦକୁ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିୟମକୁ ପାଳନ କରିଛନ୍ତି। କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
    କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଆରାବଳି ପର୍ବତମାଳାର ସୀମା ଚାରିଟି  ରାଜ୍ୟ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟକୁ ବ୍ୟାପ୍ତ ରହିଛି। ଏହି ୪ ରାଜ୍ୟର ୩୯ ଜିଲ୍ଲାରେ ସମ୍ପୂର୍ଣ୍ବ ଆରାବଳୀ ବିସ୍ତୃତ। ଆରାବଳୀ ସମ୍ପର୍କରେ ଆଇନଗତ ପ୍ରକ୍ରିୟା ନୂଆ ନୁହେଁ, ୧୯୮୫ ମସିହାରୁ ଆବେଦନଗୁଡିକ ବିଚାରାଧୀନ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଆବେଦନଗୁଡିକର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆରାବଳୀ ଅଞ୍ଚଳରେ ଖଣିଜ ଖନନ ଉପରେ କଠୋର ଏବଂ ସ୍ପଷ୍ଟ ନିୟମାବଳୀ କାର୍ୟ୍ୟକାରୀ କରିବା । ଯାହାକୁ କେନ୍ଦ୍ର ସରକାର ପୂର୍ଣ୍ଣ ସମର୍ଥନ କରି ଆସିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
    ସେ କହିଛନ୍ତି, ଆରାବଳୀ ପର୍ବତମାଳାର ସୁରକ୍ଷା ଲାଗି ସମାନ ପରିଭାଷା ନିରୂପଣ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ରହିଛି। ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ବ୍ୟାଖ୍ୟା ଉପରେ ଆଧାରିତ ନିୟମାବଳୀର ଉଲ୍ଲଂଘନକୁ ରୋକିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ଚାରିଟି ରାଜ୍ୟକୁ ଆରାବଳିର ଏକ ସମାନ ପରିଭାଷା ସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଦିଗରେ ସରକାର ମଧ୍ୟ ଏକ ସ୍ପଷ୍ଟ ଏବଂ ବୈଜ୍ଞାନିକ ପରିଭାଷା ସ୍ଥାପନ କରିଛନ୍ତି। ଏହି ପରିଭାଷା ଅନୁସାରେ ପାହାଡର ମୂଳ ଅର୍ଥାତ ଭୂତଳର ଉତ୍ପତ୍ତିରୁ ୧୦୦ ମିଟର ଯାଏ ଖନନ ବାରଣ କରାଯାଇଛି। କିନ୍ତୁ କିଛି ଲୋକ ମିଥ୍ୟା ପ୍ରଚାର କରୁଛନ୍ତି।

    ସେ କହିଛନ୍ତି, ୧୦୦ ମିଟର ସୁରକ୍ଷା କ୍ଷେତ୍ର ପାହାଡ ତଳ ଭାଗରୁ ଆରମ୍ଭ ହୁଏ, ଅର୍ଥାତ ପାହାଡ ତଳ ଭାଗରୁ ୧୦୦ ମିଟର ପର୍ୟ୍ୟନ୍ତ ସମଗ୍ର ଅଞ୍ଚଳକୁ ସୁରକ୍ଷିତ ରଖାଯିବ। ସେଠାରେ କୌଣସି ଖନନ କିମ୍ବା କାର୍ୟ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ସେ ପୁଣି ହେଛଛନ୍ତି ଆରାବଳୀ ପର୍ବତମାଳାର ଦୁଇଟି ପାହାଡ ମଧ୍ୟରେ ଯଦି ଦୂରତା ୫୦୦ ମିଟର ଥାଏ ତେବେ ଅଞ୍ଚଳକୁ ଆରାବଳି ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ। ପର୍ବତମାଳାର ସମୁଦାୟ ୧ଲକ୍ଷ ୪୭ ହଜାର ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୨୧୭ ବର୍ଗ କିଲୋମିଟର ଅର୍ଥାତ ୨ ପ୍ରତିଶତ ଅଞ୍ଚଳରେ ଖଣିଜ ଉତ୍ତୋଳନ ହୋଇପାରିବ। ଏଥିପାଇଁ କଠୋର ନିୟମାବଳୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆରାବଳୀର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସବୁଜ ଆରାବଳୀ ଆନ୍ଦୋଳନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ୪ ରାଜ୍ୟର ୩୯ ଡିଏଫଓଙ୍କ ସହ ବୈଠକ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook