Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଯୁକ୍ତି ପାଇବେ ୫୪ଜଣ ଜୁନିୟର ଆସିଷ୍ଟାଣ୍ଟ ଅଫିସର

    Share on :
    ajab-Image
    Date: Oct 8, 2024    Views: 4844

    ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୫୪ଜଣ ଜୁନିୟର ଆସିଷ୍ଟାଣ୍ଟ ଅଫିସର ନିଯୁକ୍ତି ପାଇବେ । ସେମାନେ ବିଶ୍ୱବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ । ବିଶ୍ୱବିଦ୍ୟାଳୟକୁ ଆଗକୁ ନେବାକୁ ଯେଉଁ  ଭିଜନ୍‌ ରହିଛି ତାହାକୁ ଆଗେଇ  ନେବେ ବୋଲି ସୂଚନା ମିଳିଛି ।  ଅନ୍ୟପଟରେ ଓଡ଼ିଆ ଭାଷାରେ ଡାକ୍ତରୀ  ପାଠ୍ୟକ୍ରମ ପୁସ୍ତକ ପ୍ରସ୍ତୁତ ନେଇ ଆଉ  ପାଦେ ଆଗେଇଛି । ଆଉ ୧୦ ଦିନରେ ଏମ୍‌ବିବିଏସ୍‌ ପରୀକ୍ଷା ଫଳ ପ୍ରକାଶ  କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।  

    ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡାକ୍ତର ମାନସ ରଞ୍ଜନ  ସାହୁ କହିଛନ୍ତି, ଓଡ଼ିଆ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ପୁସ୍ତକ ପ୍ରସ୍ତୁତ କରାଯିବ । ଏଥିପାଇଁ  କମିଟି ଗଠିତ ହୋଇଛି । ଏହା ଭିତରେ କମିଟିର ୨ଟି ବୈଠକ ବସିବା ପରେ ଏକ  ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହିପାଇଁ ୧ କୋଟିରୁ ଊଦ୍ଧ୍ୱର୍ ଅର୍ଥ ବ୍ୟୟବରାଦର ପ୍ରସ୍ତାବ  ରହିଛି । ଯେଉଁ ବହିଗୁଡ଼ିକୁ ଅନୁବାଦ କରାଯିବ କପି ରାଇଟ୍ସ ସମ୍ବନ୍ଧୀୟ ନିୟମ ପାଇଁ  ଆଇନ ବିଭାଗ ପଠାଯାଇଛି । ଭାଷା ଅନୁବାଦ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ସହଯୋଗ  କରିବ । ଏଥିରେ ୨୦ ଜଣ ଅନୁବାଦକ ସେମାନଙ୍କ ଏକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook